Odisha news

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆଞ୍ଚଳିକ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ କର୍ମଚାରୀ

0

ବାରିପଦା : ସ୍ଥାନୀୟ ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଆଞ୍ଚଳିକ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ଘଟିଛି। ତେବେ ବଡ଼ ଧରଣର ଅଘଟଣରୁ ସମସ୍ତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ବ୍ୟାଙ୍କରେ ଦିନ ପ୍ରାୟ ୧ଟା ସମୟରେ କୌଣସି କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶିଖା ଯୋଗୁଁ ଅନେକ ଧୂଆଁ ବାହାରକୁ ବାହାରିଥିଲା। ଅଗ୍ନିକାଣ୍ଡ ଘଟିବା କ୍ଷଣି ବ୍ୟାଙ୍କ କର୍ମଚାରୀ ମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ଅଗ୍ନି ଶିଖାକୁ ଆୟତ୍ତ କରିଥିବା ବେଳେ ବଡ଼ ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ଆଞ୍ଚଳିକ କାର୍ଯ୍ୟାଳୟ ର ତୃତୀୟ ମହଲାରେ କାର୍ଯ୍ୟରତ କର୍ମଚାରୀ ଙ୍କ ନିମନ୍ତେ ଏକ ରୋଷେଇ ଘର ରହିଛି। ଆଜି ଅପରାହ୍ନରେ ହଠାତ୍ ସେଠାରୁ ଧୂଆଁ ବାହାରି ଥିଲା। ଉପସ୍ଥିତ କର୍ମଚାରୀ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ସେଠାରେ ପହଁଚି ନିଆଁ କୁ ଆୟୋତ୍ତ କରିଥିଲା। ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁ ଅଗ୍ନି କାଣ୍ଡ ଘଟିଥାଇ ପାରେ ବୋଲି ବିଭାଗୀୟ ଅଧିକାରୀ ଭବେନ୍ଦ୍ର ନାଥ ଦେ ସୂଚନା ଦେଇ କହିଛନ୍ତି

Leave A Reply