ବରିଷ୍ଠ ନାଗରିକଙ୍କ ଆତ୍ମ ସମ୍ମାନ ପ୍ରତି ଜିଲ୍ଲାପ୍ରଶାସନ ସଚେତନ ହେବା ଲାଗି ମୁଖ୍ୟଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ
ବାରିପଦା : ମୟୂରଭଞ୍ଜ ଜିଲ୍ଲାପରିଷଦ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନିକଟକୁ ଦୂରଦୂରାନ୍ତରୁ ବରିଷ୍ଠ ନାଗରିକ ମାନେ ବିଭିନ୍ନ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ପହଁଞ୍ଚୁଥିବା ବେଳେ ସେମାନଙ୍କୁ ସୌଜନ୍ୟତା ମୂଳକ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଉଥିବା ସମ୍ପର୍କରେ ବାରିପଦା ସ୍ଥିତ ୱାର୍ଡ ନମ୍ବର ୧୬ କାଳିମନ୍ଦିରସାହି ର ବରିଷ୍ଠ ନାଗରିକ ବସନ୍ତ କୁମାର ମହାନ୍ତିଙ୍କ ଦ୍ୱାରା ଲିଖିତ ଭାବରେ ୨୦୨୪ ଫେବୃଆରୀ ୪ତାରିଖରେ ରାଜ୍ୟସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଜଣାଯାଇଥିବା ପ୍ରକାଶ କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ, ବରିଷ୍ଠ ନାଗରିକଙ୍କ ସାମାନ୍ୟତ୍ମ ଆତ୍ମ ସମ୍ମାନ ପ୍ରତି ଜିଲ୍ଲାଧିକାରୀ ମାନେ କୌଣସି ଦୃଷ୍ଟି ଦିଆଯାଉଥିବା ଦୁର୍ଭାଗ୍ୟ ଜନକ । କାରଣ ଏହି ଅବସରରେ ଅଧିକାରୀ ବରିଷ୍ଠ ନାଗରିକଙ୍କ ସୌଜନ୍ୟତା ଦୃଷ୍ଟିରୁ ଅଧିକାରୀଙ୍କ ଆଗରେ ବସି ଗୁହାରି ଜଣାଇବାକୁ ଗୋଟେ ଚେୟାର ଯୋଗାଇ ଦିଆଯାଇନଥିବା ଏମିତିକି ଗୋଟେ ଗ୍ଲାସ ପାଣି ମଧ୍ୟ ଦେବାର ବ୍ୟବସ୍ଥା କରାଯାଏନାହିଁ । ଏଣୁ ଏହି ଦିଗରେ ତୁରନ୍ତ ଦୃଷ୍ଟି ଦିଆଯିବାକୁ ଦାବି ଜଣାଇବା ସହିତ ଏନେଇ ସରକାରଙ୍କ ପାଖରୁ ବିଧିବଦ୍ଧ ଆବଶୟକୀୟ ନିଦେ୍ର୍ଦଶ ନାମଜାରି କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।