ଦଶପଲ୍ଲା୨୦/୪ : ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ଚତୁର୍ଥ ଦିବସ ରେ ସୀତାବିବାହ ଓ ପର୍ଶୁରାମ ଭେଟ ନାଟକ ମଂଚସ୍ଥ ହୋଇଯାଇଛି । ଶ୍ରୀରାମ ଙ୍କ ଧନୁଭଗ୍ନ ପରେ ମିଥିଳା ଯାଇ ସୀତାଙ୍କୁ ବରଣ ମାଳା ପ୍ରଦାନ କରନ୍ତି । ରାଜା ଜନକ ଏଥିରେ ଆନନ୍ଦିତ ହୋଇ ଅଯୋଧ୍ୟାକୁ ଦୂତ ପ୍ରେରଣ କରନ୍ତି । ରାଜା ଦଶରଥ ଆପଣା ର ସମସ୍ତ ପୁତ୍ର ଓ ପାରିଷଦ ବର୍ଗ ଙ୍କ ସହିତ ମିଥିଳା ଗମନ କରନ୍ତି । ରାମ ଲକ୍ଷ୍ମଣ ଭରତ ଶତ୍ରୁଘନ ଚାରିଭାଇଙ୍କର ବିବାହ ସୀତା, ଉର୍ମିଳା,ମାଳିନୀ ଓ ସୁକୀର୍ତି ଆଦି ଚାରି ଭଉଣୀ ଙ୍କ ସହ ଅନୁଷ୍ଠିତ ହୁଏ । ବିବାହ ପରେ ବିରବାଦ୍ୟ ବଜାଇ ଅଯୋଧ୍ୟା ରାଜା ଦଶରଥ ପୁତ୍ର ଓ ପୁତ୍ର ବଧୁ ମାନଙ୍କୁ ସାଥିରେ ଧରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟ ରେ କ୍ଷତ୍ରିୟ ବିର ପର୍ଶୁରାମ ପଥ ରୋଧ କରି ରାମଚନ୍ଦ୍ର ଓ ଦଶରଥ ଙ୍କୁ ହତ୍ୟା କରିବାପାଇଁ ଉଦ୍ୟତ ହୁଅନ୍ତି ମାତ୍ର ରାମଚନ୍ଦ୍ର ଙ୍କ ମଧୁର କଥାରେ ଆଶ୍ଚର୍ୟ୍ୟନ୍ବିତ ହୋଇ ପର୍ଶୁରାମ ଧରିଥିବା ବୈଷ୍ଣବା ଧନୁ ରେ ଗୁଣ ଦେଇ ଶ୍ରୀରାମ ଙ୍କୁ ପରୀକ୍ଷା ଦେବାକୁ କୁହନ୍ତି । ପରେ ପ୍ରଭୁ ଶ୍ରୀରାମ ଙ୍କୁ ପର୍ଶୁରାମ ବିଷ୍ଣୁ ଜାଣିପାରି ନିଜର ଧନୁକୁ ଶ୍ରୀରାମ ଙ୍କୁ ଦେଇ ତପସ୍ୟା କରିବାକୁ ଚାଲି ଯାଆନ୍ତି । ଏଭଳି ଦୃଶ୍ୟ ଉପସ୍ଥିତ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିବା ବେଳେ ଠାକୁର ଙ୍କ ନୀତି ନିୟମ ଅନୁଯାୟୀ ବିବାହ ମଣ୍ଡପ ରେ ପ୍ରଭୁ ଶ୍ରୀ ରାମ ଲକ୍ଷ୍ମଣ ,ଭରତ ଓ ଶତ୍ରୁଘନ ଙ୍କ ବିବାହ ବିବାହ ମଣ୍ଡପ ରେ ଅନୁଷ୍ଠିତ ହୋଇଥିବା ବେଳେ ବିବାହ ପାଇଁ ସମସ୍ତପୁତ୍ର ପାରିଷଦ ବର୍ଗଙ୍କ ସହ ଦଶରଥ ରାଜା ଙ୍କର ପଟୁଆର ଦେଖିବାକୁ ମିଳିଥିଲା ।