Odisha news

ଚେକ୍ ବାଉନ୍ସ ମାମଲା, ୬ମାସ ଜେଲ

0

ବାରିପଦା  : ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ବେତନଟୀ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଏ.ଅଭିନାଶ ନାଇଡୁ ଅଭିଯୁକ୍ତ ସଂଜୀବ କୁମାର ଭୂୟାଁଙ୍କୁ ୬ମାସ କାରାଦଣ୍ଡ ଆଦେଶ ଶୁଣାଇବା ସହ ୧ଲକ୍ଷ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡିରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୨ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ବ୍ୟାଙ୍କ ପକ୍ଷରୁ ଆଇନ୍ଜିବୀ ବଟକୃଷ୍ଣ ପାଢୀ ମାମଲା ପରିଚାଳନା କରିଥିଲେ । ପ୍ରକାଶ ଥାଉକି ବେତନଟୀର ସଂଜୀବ କୁମାର ଭୂୟାଁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ବେତନଟୀ ଶାଖାରୁ ୨ଲକ୍ଷ ଟଙ୍କା ଋଣ ନେଇଥିଲେ । ଋଣ ବାବଦରେ ଏକ ଚେକ୍ ୧ଲକ୍ଷ ୧୭ହଜାର ୨୪୭ଟଙ୍କା ପ୍ରଦାନ କରିଥିଲେ । ଏହି ଚେକ୍ଟି ବାଉନ୍ସ ହୋଇଯିବାରୁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ବେତନଟୀ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ୩୫/୨୦୨୨ରେ ଏକ ମାମଲା ରୁଜୁ କରିଥିଲେ । ଶନିବାର ମାନ୍ୟବର ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

Govt
Leave A Reply