Odisha news

ସମଗ୍ର ଜିଲ୍ଲାରେ ଆରମ୍ଭ ହେଲା ଭୋଟର ସଚେତନତା କାର୍ଯ୍ୟକ୍ରମ

0

ବାରିପଦା  : ଆଗାମୀ ମଇ ୨୫ତାରିଖ ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଏକାଦ୍ରି କ୍ରମେ ଉଭୟ ଲୋକସଭା ଓ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ବହୁ ସଂଖ୍ୟାରେ ଭୋଟର ମାନେ ଯେପରି ନିଜ ମତଦାନ ସାବ୍ୟସ୍ତ କରି ପାରିବେ ସେଥିଲାଗି ଜିଲ୍ଲା ପ୍ରଶାସନ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି । ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (ଝଠଋଋଚ) ମାଧ୍ୟମରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ବିଶେଷ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି । ଭୋଟର ମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁପ୍ରାଣୀତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟର ମହତ୍ତ୍ୱ ବାବଦରେ ବ୍ୟାପକ ଜନସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ, ସମଗ୍ର ଜିଲ୍ଲାରେ ଝଠଋଋଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଭିନ୍ନ ବ୍ଲକ ରେ ଏବଂ ତହସିଲରେ ଯୁବ ଭୋଟର ମାନଙ୍କୁ ନିର୍ବାଚନର ମହତ୍ତ୍ୱ ଏବଂ ଏହି ସାମ୍ବିଧାନିକ ଅଧିକାରର ପ୍ରକୃତ ଉପାଦେୟତା ବିଷୟରେ ଅବଗତ କରାଇବା ପାଇଁ ବିଭିନ୍ନ ରଚନାତ୍ମକ କ୍ରିୟା କଳାପ ଆୟୋଜନ କରାଯାଉଛି । ଏଥିସହିତ, ସ୍କୁଲ ପିଲା ମାନଙ୍କ ମାଧ୍ୟମରେ ପ୍ରତିଟି ପରିବାରରୁ ମତଦାନ କରିବାପାଇଁ ସ୍ୱତନ୍ତ୍ର ପୋଷ୍ଟ କାର୍ଡ କ୍ୟାମ୍ପେନ ମଧ୍ୟ ବ୍ଲକସ୍ତରରେ କରାଯାଉଛି । ନିଜ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ଜିଲ୍ଲାପାଳ ଶ୍ରୀ ସିନେ୍ଧ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ପିଲାମାନଙ୍କ ସହିତ କଥା ହୋଇଥିବାର ସୂଚନା ପ୍ରାପ୍ତ । ପ୍ରକାଶ ଥାଉକି, ଜିଲ୍ଲାପାଳ ଉଦଳା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ସ୍କୁଲ ବୁଲି ସମସ୍ତ ପ୍ରତିଯୋଗିତାରେ ନିଜେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିବା ସହିତ ସେମାନଙ୍କୁ ଭୋଟର ସଚେତନତା ବିଷୟରେ ବୁଝାଇଥିଲେ । ଉଦଳାରେ ଥିବା ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ପ୍ରତୁ୍ୟତ୍ପନ୍ନମତିତା ଦେଖି ଜିଲ୍ଲାପାଳ ଖୁସି ହେବା ସହିତ ସେମାନଙ୍କୁ ପୁରସ୍କୃତ କରିଥିଲେ । ପୂର୍ବରୁ, ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକରେ ଏବଂ ଉପଖଣ୍ଡରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ମତଦାନର ଶପଥ ପାଠ ହୋଇଥିଲା । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଭୋଟର ସଚେତନତା ସ୍ଲୋଗାନ “ମତେ ହେଲା ଅଠର… ଭୋଟ ଦେବି ଏଥର’ ବାର୍ତ୍ତା ଦ୍ୱାରା ସମସ୍ତ ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ଇନ୍ଧନ ଷ୍ଟେସନ ଠାରେ ନିର୍ବାଚନ କମିଶନଙ୍କ ବାର୍ତ୍ତା ପହଂଚାଇବା ପାଇଁ ଜିଲ୍ଲାପ୍ରଶାସନ ଅନେକ ପଦକ୍ଷେପ ନେଇଥିବାର ସୂଚନା ପ୍ରାପ୍ତ ହୋଇଛି । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ଆଦିବାସୀ ଏବଂ ସଂଖ୍ୟାଲଘୁ ଶ୍ରେଣୀ ମତଦାନ ଅଧିକରୁ ଅଧିକ କରିବାପାଇଁ, ଜିଲ୍ଲାପାଳ ଉଦଳାସ୍ଥ କୁଣ୍ଡବାଇ, ଶ୍ରୀଦାମପୁର, କାଶୀକୁଣ୍ଡଳ ଅଂଚଳର ଜନଗହଳି ପୂର୍ଣ୍ଣ ସ୍ଥାନ, ହାଟ, ବଜାର ଆଦି ସ୍ଥାନ ମାନଙ୍କୁ ଜିଲ୍ଲାପାଳ ପରିଦର୍ଶନରେ ଯାଇ ନାଗରିକ ମାନଙ୍କ ସହିତ କଥା ହେବା ସହିତ ସେମାନଙ୍କୁ ଏହି ମୁଖ୍ୟ ସ୍ରୋତ ସହିତ ଯୋଡି ହୋଇ ରହିବା ପାଇଁ ମତଦାନର ଆବଶ୍ୟକତା ବିଷୟରେ ଅତି ସରଳ ଭାଷାରେ ବୁଝାଇଥିଲେ । ଅନେକ ସ୍ଥାନରେ ଜିଲ୍ଲାପାଳ ନିଜେ ସଚେତନ ବାର୍ତା ପ୍ରଚାର କରିଥିବା ମଧ୍ୟ ସୂଚନା ପ୍ରାପ୍ତ ଅଛି । ଏହି ପରିଦର୍ଶନରେ ଶ୍ରୀ ସିନେ୍ଧଙ୍କ ସହିତ, ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, କପ୍ତିପଦା ପିଏ,ଆଇଟିଡିଏ ନରେନ୍ଦ୍ର ଖମାରି, ଉଦଳା ତହସିଲଦାର ସତ୍ୟଜିତ ମହାନ୍ତି, ବିଡ଼ିଓ ତୃପ୍ତି ବରାଇ, ଅତିରିକ୍ତ ତାହାସଲଦାର ଦିବ୍ୟ ରନôା ଦାସ ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିବାର ସୂଚନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ । ସୂଚନାଥାଉକି ଜିଲ୍ଲାପାଳ ଶ୍ରୀ ସିନେ୍ଧ ସମସ୍ତ ଭୋଟରଙ୍କୁ ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିବେଦନ କରି ଆସୁଛନ୍ତି ।

Leave A Reply