ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୨୬ ନଂ ୱାର୍ଡ ସ୍ଥିତ ଭୁଗୁଡ଼ାକଟାରେ ମା’ଶୀତଳା ଚଣ୍ଡୀ ମନ୍ଦିରରେ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଭକ୍ତଙ୍କ ସମାବେଶରେ ୬ ଓ ୭ ତାରିଖ ଦୁଇଦିନ ଧରି ମା’ଙ୍କ ପୂଜାବିଧି ପାରମ୍ପାରିକ ରୀତିରେ ହୋଇଥିବା ବେଳେ ୮ ଓ ୯ତାରିଖ ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା’ଶୀତଳା ଚଣ୍ଡୀ ଯୁବକ ସଙ୍ଘ, ଭୁଗୁଡ଼ାକଟାର ସମ୍ପାଦକ ଧରମଜୀତ ସିଂହ, ସଭାପତି ରବୀନ୍ଦ୍ର ମାହାନା ତଥା କର୍ମକର୍ତ୍ତା ମାନସିଂ ଟୁଡୁ, ଦେବ ନାରାୟଣ ଧଡ଼ା, ତପନ କୁମାର ମହାପାତ୍ର, ଭବାନୀ ଧଡ଼ା, କମଳ ଧଳ, ଗିବସ, ରାଜା ବାବୁ, ରାଜୁ ଓ କାଳିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ସଂଘର ଅଧ୍ୟକ୍ଷ ଚନ୍ଦନ ହେମ୍ବ୍ରମଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ୪ ଦିନିଆ ଉତ୍ସବରେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିଧାୟକ ପ୍ରକାଶ ସୋରେନ, ୨୧ନଂ କାଉନସିଲର ଲକ୍ଷ୍ମୀଧର ହାବଡା, ୨ନଂ କାଉନସିଲର ଅନୁରାଧା ମହାନ୍ତି, ୧୮ନଂ କାଉନସିଲର ସବିତା ପାଲ ଓ ୨୬ନଂ କାଉନସିଲର ଭାଗ୍ୟଲକ୍ଷ୍ମୀ ନାଏକ, ପୂର୍ବତନ କାଉନସିଲର ଦର୍ପ ନାରାୟଣ ପାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ସମୀକ୍ଷା ପାଢ଼ୀ ପ୍ରଥମ, ଅରିକା ମହାପାତ୍ର ଦ୍ୱିତୀୟ ଓ ନିତ୍ୟାଶା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଗ୍ରୁପ ଡ୍ୟାନ୍ସରେ ଭୂମି ଗ୍ରୁପ ପ୍ରଥମ ଏବଂ ଲିଟିଲ ଷ୍ଟାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଯୁଗ୍ମ ନୃତ୍ୟରେ ହରିହର ଓ ପ୍ରିୟାଂଶି ଯୋଡି ପ୍ରଥମ ଏବଂ ଜେରୀନା ଓ ଈଶ୍ୱରୀ ଯୋଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସଂଜୀବ କୁମର ରଣଜିତ, ସାନିଜ କୁଁଅର ଓ ଆରୋହୀ ଅର୍ପିତା ଦେ ବିଚାରକ ଭାବେ ଯୋଗ ଦେଇଥିଲେ ଏବଂ ଆଲୋକ ବାରିକ ମଞ୍ଚ ପରିଚାଳନା କରିଥିବାବେଳେ ଫରେନ ଧଡ଼ା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
