ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋପଡିଛନ୍ତି । ରବିବାର ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୫୫୩କୁ ଛୁଇଁଛି । ରବିବାର ମୋଟ୍ ୨୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୩ଜଣ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ଜିବିନଗର, ଖୁଣ୍ଟା, ବାରିପଦା, ବେତନଟୀ ବ୍ଲକରୁ ଜଣେ ଲେଖାଏଁ, କୁଳିଅଣା, ଉଦଳା ଏନଏସସି ବ୍ଲକରୁ ୨ଜଣ ଲେଖାଏଁ, ରାସଗୋବିନ୍ଦପୁର ବ୍ଲକରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ଉଦଳା ବ୍ଲକ ଏବଂ ଏନଏସସିରୁ ୩ଜଣ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।
ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ୮ଜଣ କରୋନା ଆକ୍ରାନ୍ତ ବାଙ୍ଗିରିପୋଷି, ରାସଗୋବିନ୍ଦପୁର ବ୍ଲକରୁ ଜଣେ ଲେଖାଏଁ, କୁସୁମୀ ବ୍ଲକରୁ ୬ଜଣ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟ୍, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାଯାଇଛି ।