Odisha news

ବରେଲୀକୁ ମିଳିଲା ଝୁମୁକା

0

୧୯୬୬ରେ ରାଜ ଖୋସ୍‌ଲା ନିର୍ଦ୍ଦେଶିତ ଫିá ‘ମେରା ସାୟା’ର ‘ଝୁମ୍‌କା ଗିରାରେ ବରେଲୀ କେ ବାଜାର୍‌ ମେଁ… ’ ଗୀତଟି ଖୁବ୍‌ ଲୋକପ୍ରିୟ ହେବା ପରେ ବରେଲୀ ଚର୍ଚ୍ଚାକୁ ଆସିଥିଲା । ଅଭିନେତ୍ରୀ ସାଧନା ଏହି ଗୀତରେ ଅଭିନୟ କରିଥିଲେ । ୫୪ ବର୍ଷ ପରେ ଉତ୍ତର ପ୍ରଦେଶର ବରେଲୀକୁ ତାର ବହୁପ୍ରତୀକ୍ଷିତ ଝୁମୁକା ମିଳିଛି । ଜାତୀୟ ରାଜପଥ ୨୪ର ବରେଲି ଜିରୋ ପଏଣ୍ଟ୍‌ରେ ୧୪ ଫୁଟ୍‌ ଉଚ୍ଚରେ ଏହି ଝୁମୁକା ସ୍ଥାପନ କରାଯାଇଛି ଯାହାର ନାଁ ରଖାଯାଇଛି ଁ ‘ତିର୍‌ହା’। ଏହାର ଓଜନ ୨୦୦ କିଲୋଗ୍ରାମ । ଗୁରଗାଓଁ ଆର୍ଟିଷ୍ଟ୍‌ ପିତ୍ତଳ ଓ ତମ୍ବାରେ ଝୁମୁକାଟିକୁ ତିଆରି କରିଛନ୍ତି । ରଙ୍ଗୀନ ଷ୍ଟୋନ୍‌ ତଥା ସହରର ପ୍ରସିଦ୍ଧ ଜରିକାମ ଏଥିରେ ଖଞ୍ଜା ଯାଇଛି । ଝୁମୁକା ତିଆରିରେ ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି ।

Leave A Reply