Odisha news

ଟ୍ୟୁସନକୁ ଯାଇ ଘରକୁ ଫେରିଲେ ନାହିଁ ଦୁଇଛାତ୍ର , ଚିନ୍ତା ରେ ପରିବାର ଲୋକେ

0
ବାରଙ୍ଗ :  ରାଜଧାନୀ ଉପକଣ୍ଠ ଚନ୍ଦକାଥାନା ଅଧୀନସ୍ଥ ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇସ୍କୁଲର ଦଶମଶ୍ରେଣୀର ଦୁଇଜଣ ଛାତ୍ର ନିଖୋଜ ହୋଇ ଯାଇଥିବା ନେଇ ଚନ୍ଦକାଥାନାରେ ଅଭିଯୋଗ ହୋଇଛି ।ଛାତ୍ର ଦୁଇଜଣ ନିଖୋଜ  ହୋଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ସେହି ଦ୍ୱନ୍ଦରେ ପୋଲିସ ରହିଥିବାବେଳେ ୨୦ଘଂଟା ପରେ ପିଲାଦୁଇଜଣ ଅପହରଣର ଶିକାର ହୋଇଥିବାନେଇ ନିଜେ ପରିବାର ଲୋକଙ୍କୁ ଜଣାଇଛନ୍ତି ।ପିଲାଦୁଇଜଣଙ୍କ ପତାଜଣାପଡିବାପରେ  ସେମାନଙ୍କୁ ଆଣିବାପାଇଁ ପୋଲିସ ସହ ପରିବାର ଲୋକ ଟିଟିଲାଗଡ ଗ୍ରସ୍ଥ କରିଛନ୍ତି ।
ପ୍ରକାଶ ଯେ ,ସବୁଦିନଭଳି କୁଜିମହଲ ଗ୍ରାମର ପୃଥିରାଜ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର ନାମକ  ଦୁଇଜଣ ଦଶମଶ୍ରେଣୀର ଛାତ୍ର ମଙ୍ଗଳବାରଦିନ ସକାଳେ ଏକ ଅଟୋ ଯୋଗେ ସ୍କୁଲପାଖକୁ ଟ୍ୟୁସନପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ଦୀର୍ଘ ସମୟଧରି ପିଲାମାନେ ଘରକୁ ନଫେରିବାରୁ ପରିବାର ଲୋକ ବ୍ୟତିବ୍ୟସ୍ଥ ହୋଇପଡିଥିଲେ ।ନେବାଆଣିବା କରୁଥିବା ଅଟୋଚାଳକ  ଓ ଟ୍ୟୁସନ ସାରଙ୍କୁ ଭେଟି ପରିବାରଲୋକ  କଥାହୋଇଥିଲେ ମଧ୍ୟ ପିଲାଦୁହିଁଙ୍କର କୈାଣସି ଖୋଜଖବର ମିଳିନଥିଲା ।ଏହାପରେ ସମର୍କୀୟମାନଙ୍କ ସହ କଥାହୋଇ ପିଲାଙ୍କୁ ଖୋଜିଥିଲେ ମଧ୍ୟ କେଉଁଆଡ଼ୁ କୌଣସି ଖବର ମିଲିନଥିଲ।।ଶେଷରେ ବିଲମ୍ଭିତ ରାତିରେ ପରିବାର ପକ୍ଷରୁ ଚନ୍ଦକାଥାନାରେ ଅଭିଯୋଗ କରାଯାଇଥିଲା।ଅଭିଯୋଗ ପାଇବାପରେ ପୋଲିସ  ବୁଧବାରସକାଳେ  ଟ୍ୟୁସନକୁ ଯାଇଥିବା ସ୍ଥାନକୁ ଓ ରାସ୍ତାରେ ଲାଗିଥିବା ସିସିକ୍ୟାମେରାକୁ ଯାଂଚ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୈାଣସି ସୁରାକ ପାଇବାରେ ସକ୍ଷମ ହୋଇନଥିଲା ।ଅନ୍ୟପଟେ ଘଟଣାର ପ୍ରାୟ ୨୦ଘଂଟାପରେ ପିଲାଦୁଇଜଣ ସେମାନଙ୍କ ପରିବାର ସହ କଥାହୋଇ ସେମାନଙ୍କୁ ଅପହରଣ କରାଯାଇଥିବାର କହିଛନ୍ତି । ପରିବାର ଲୋକଙ୍କ ସୁଚନା ମୁତାବକ ଟ୍ୟୁସନକୁ ପିଲାଦୁଇଟିଯାଇଥିବାବେଳେ ପାଖରେ ଥିବା ଦୋକାନକୁ ଆସି ବିସ୍କୁଟ ଖାଇଥିଲୋ ।ଏହିସମୟରେ ଏକ ଅପରିଚିତ ବ୍ୟକ୍ତି ମୁହଁରେ କିଛି ମାଡିଦେବାରୁ ପିଲାଦୁଇଟି ବେହୋସ ହୋଇଯାଇଥିଲେ ।ସେମାନଙ୍କ ହୋସ ଆସିବାବେଳକୁ ଘରଠାରୁ ବହୁ ଦୁରରେ ଥିବାର ଜାଣିବାକୁ ପାଇଥିଲେ ।କୈାଶଳବଶତଃ ପିଲାଦୁଇଜଣ ସେମାନଙ୍କ କବଳରୁ ଖସି ପରିବାରଲୋକଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲୋଏହି ଖବର ଜାଣିବାପରେ ପରିବାରଲୋକ ଚନ୍ଦକା ଥାନାକୁ ଖବର ଦେଇଥିଲେ ।ଚନ୍ଦକାଥାନାଠାରୁ ଖବରପାଇ ଟିଟିଲାଗଡ଼ର ସଇତଳା ଥାନା ପୋଲିସ ପିଲାଦୁଇଟିକୁ ହେପାଜତକୁ ଆଣିଥିବାର ଜଣାପଡିଛି ।ଏହାପରେ ଚନ୍ଦକାଥାନା ପୋଲିସ ପରିବାରକୁ ଧରି ଟିଟିଲାଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
IEC 2 years
Leave A Reply