ଦଶପଲ୍ଲା ୫/୭ : ବିଜ୍ଞାନ ଯୁଗରେ ବି ରହିଛି ଅନ୍ଧ ବିଶ୍ୱାସ । ମୋତେ ସ୍ୱପ୍ନାଦେଶ ହୋଇଛି ବରଗଛ ମୂଳେ ପୋତି ହୋଇ ରହିଛି ସୁନା କଳସି । ମାତ୍ର ସୁନା କଳସି ପାଇବା ପାଇଁ ଆରମ୍ଭ ହେଲା ପୂଜାର୍ଚନା, ଏହାପରେ ଦିଆଗଲା କୁକୁଡ଼ା ଓ ବୁଦା ବଳି ମାତ୍ର ମିଳିଲାନି ସୁନା କଳସ , ଯଦି ଶିଶୁ ଓ କଳା ବିଲେଇ ବଳି ଦିଆଯିବ ତେବେ ନିଶ୍ଚିତ ସୁନା କଳସ ମିଳିବ ଏଭଳି ଭ୍ରାନ୍ତ ଧାରଣା ଦେଖାଇ କାଳୀସ ଦେଇଛି ବୟାନ । ଯାହାକୁ ବିରୋଧ କରି ନିକଟସ୍ଥ ଗ୍ରାମବାସୀ ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଣିଗୋଛା ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ,ମିଟିଗାଡୁ ଗାଁରେ । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ମିଟିଗାଡୁ ଗ୍ରାମର ରତ୍ନାକର ଜାନୀ ସ୍ୱପ୍ନାଦେଶ ହୋଇଥିଲା ଯେ ଗାଁ ନିକଟ ଏକ ବରଗଛ ମୂଳେ ପୋତାହୋଇ ରହିଛି ସୁନା କଳସ । ଏହି ସୁନା କଳସ ଲୋଭରେ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ରତ୍ନାକର ଗୁଣିଆ ପ୍ରରୋଚନାରେ ପଡି ଗାଁ ର କିଛି ଲୋକ ଙ୍କ ସହାୟତାରେ ସୁନା ଓ ସୁନା କଳସ ଲୋଭରେ ଗାଁ ପାଖ ଜଂଗଲରେ ଥିବା ବରଗଛ ମୂଳରେ ପୂଜାର୍ଚ୍ଚନା କରିବା ସହ କୁକୁଡ଼ା ଓ ବୋଦା ବଳୀ ସହ ଭୋଗ କରିଥିଲେ ମାତ୍ର ସେହି ଗ୍ରାମର କିଛି ଚିନ୍ତାଶିଳ ବ୍ୟକ୍ତି ଓ ନିକଟସ୍ଥ ଜୁରାଗଣ୍ଡା ଗ୍ରାମର କିଛି ଲୋକ ଏଭଳି ଅନ୍ଧ ବିଶ୍ବାସ କୁ ବିରୋଧ କରିଥିଲେ । ମାତ୍ର ରତ୍ନାକର ଗ୍ରାମବାସୀ କଂ କଥାକୁ ଅବମାନନା କରିଥିଲେ । ଏପରିକି ପୂଜାର୍ଚନା କରିବାକୁ ଆସିଥିବା କାଳୀସ ପୂଜାସମୟ ରେ ପାଟିତୁଣ୍ଡ କରିବାରୁ ସୁନା କଳସ ବାହାରି ପାରିଲା ନାହିଁ ବୋଲି ବକ୍ତବ୍ୟ ଦେଇଥିବା ବେଳେ ଶିଶୁ ଓ କଳା ବିଲେଇ ବଳିଦେଲେ ସୁନା କଳସ ମିଳିବ ବୋଲି କହିଥିଲେ । ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭୟସୃଷ୍ଟି ହେବା ସହ ବାଣିଗୋଛା ଥାନାର ଦ୍ବାରସ୍ଥ ହୋଇଛନ୍ତି । ମାତ୍ର ରତ୍ନାକର ଙ୍କ ଏହି ସୁନା କଳସି ପାଇବା କୁହୁଡ଼ିରେ ପଂହରିବା ସଦୃଶ ବୋଲି ଚର୍ଚ୍ଚା ହେଉଛି ।
