Odisha news

ଆମ୍ବୁଲାନ୍ସକୁ ନେଇ କଳି, ବାରଙ୍ଗ ଥାନା ଏବେ ନୂଆ ଠିକଣା

0
ବାରଙ୍ଗ : ମଧୁପୁର ପଂଚାୟତ କାଯ୍ୟାଳୟ ପରିସରରେ ରହୁଥିବା ଦୁଇଟି ଆମ୍ବୁଲାନ୍ସକୁ ନେଇ ଏବେ ଆରମ୍ଭ  ହୋଇଛି କାଦୁଅ ଫିଙ୍ଗା ରାଜନୀତି। ସ୍ଥାନିୟ ସରପଞ୍ଚ ଆମ୍ବୁଲାନ୍ସ ନରହିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ଆଉ ଅନ୍ୟପକ୍ଷ ଆମ୍ବୁଲାନ୍ସ ରହିବା ନେଇ ବୁଧବାରଦିନ ପଂଚାୟତ କାର୍ୟ୍ୟାଳୟ ଆଗରେ ହୋହାହ୍ଲା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୦୨୧ ମସିହାରେ ନବନିର୍ବାଚିତ ସରପଞ୍ଚ ସୁମିନା ପ୍ରଧାନ ଗୋଟିଏ ଜନନୀସୁରକ୍ଷା ଓ ଆଉଏକ ୧୦୮ ଆମ୍ବୁଲାନ୍ସ  ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ରହିବା ପାଇଁ ଅନୁମତି ଦେଇଥିଲେ ।  ସିକୃତିପତ୍ର ଆଧାରରେ କଟକ ସିଡିଏମଓ ଦୁଇଟି ଆମ୍ବୁଲାନ୍ସକୁ ଗୋଟିଏ ମଧୁପୁର ପଂଚାୟତ ରୁ ବାରଙ୍ଗ ପଏସସି  ଓ ଅନ୍ୟଟିକୁ ପଞ୍ଚାୟତ କାର୍ୟ୍ୟାଳୟରୁ ଶିଶୁ ଭବନକୁ ରୋଗୀନେଇ ଯାତାୟତ କରିବାପାଇଁ ସିକୃତି ଦେଇଥିଲେ । ଏହା ସହ ଦୁଇଟି ଆମ୍ବୁଲାନ୍ସ ସହ ଏହାର ୮ ଜଣ କର୍ମଚାରୀ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରହିବାକୁ ଏକ ଘର ମଧ୍ୟ ଯୋଗାଇଦେଇଥିଲେ । ଏହା ଦ୍ୱାରା ବାରଙ୍ଗର ୮ ପଂଚାୟତବାସୀ ରାତିଅଧିଆ ଚିକିତ୍ସା ଜନିତ ସୁବିଧା ପାଇପାରୁଥିଲେ । ତେବେ ମଙ୍ଗଳବାର ରାତିରେ ତତ୍କାଳୀନ ସରପଞ୍ଚ ସସ୍ମିତା ଭୋଇଙ୍କ ଦିଅର ଆମ୍ବୁଲାନ୍ସ କର୍ମଚାରୀମାନେ ରହୁଥିବା ଘରେ ତାଲା ପକାଇଦେଇଥିଲେ । ଯାହାକୁ ନେଇ ଉତେଜନା ଦେଖାଦେଇଥିଲା। ପୁର୍ବତନ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ପ୍ରଧାନଙ୍କ ନେତୃତ୍ୱରେ ଆମ୍ବୁଲାନ୍ସ କର୍ମଚାରୀମାନେ ରାତାରାତି ବାରଙ୍ଗ ଥାନାରେ ଅଭିଯୋଗ କରିବା ପରେ ବୁଧବାର ଦିନ ତାଲା ଖୋଲି ଦିଆଯାଇଥିଲା ।
ପୁର୍ବତନ ସରପଞ୍ଚଙ୍କ ପ୍ରତିନିଧିଙ୍କ କହିବା କଥା ଆମ୍ବୁଲାନ୍ସ ଏଠାରେ ରହିବା ପରେ ସାଧାରଣଲୋକ ବହୁ ଉପକୃତ ହେଉଛନ୍ତି। ଯଦି ଆଗାମୀ ଦିନରେ ଏଭଳି ହୀନ କାର୍ଯ୍ୟ କରାଯାଏ ତେବେ  ୮ ପଞ୍ଚାୟତ ଲୋକଙ୍କୁ ନେଇ ରାଜରାସ୍ତାକୁ ଯିବୁ ବୋଲି ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ପ୍ରଧାନ କହିଥିଲେ । ମଧୁପୁର ପଞ୍ଚାୟତ କାର୍ଯ୍ୟାଳୟରେ ରହୁଥିବା ଆମ୍ବୁଲାନ୍ସକୁ ବାରଙ୍ଗ ଥାନା ପାଖରେ ରଖିବା ପାଇଁ ସରପଞ୍ଚ ସସ୍ମିତା ଭୋଇଙ୍କ ଲିଖିତ ଅନୁରୋଧ କ୍ରମେ ସିଡିଏମଓ ମେ ୧୫ ତାରିଖରେ ନିର୍ଦେଶନାମା ଜାରି କରିଛନ୍ତି । ଯେହେତୁ ଗାଁ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ରହିଛି ଦରକାର ସମୟରେ ଆମ୍ବୁଲାନ୍ସ ଏଠାରୁ ଯାଇ ଘଟଣାସ୍ଥଳରେ ପହଁଚିବାରେ ବିଳମ୍ଭ, ପଂଚାୟତ କାର୍ଯ୍ୟାଳୟରେ ଜାଗାକମ ରହୁଥିବାରୁ ସଭା ସମିତି କରିବାରେ ଅସୁବିଧା ଓ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଭୋଜିଭାତର ଆସରରେ ମହିଳା ସରପଞ୍ଚ ସୁରକ୍ଷିତ ନଥିବାର ଅନୁଭବ କରି ସିଡିଏମଓଙ୍କୁ ଜଣାଇଥିଲେ । ଏହାକୁ ତର୍ଜମାକରି ସିଡିଏମଓ ଆମ୍ବୁଲାନ୍ସକୁ ବାରଙ୍ଗ ଥାନାରେ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁନେଇ ରାଜନିତୀ କରିବା ଠିକ ନୁହେଁ ବୋଲି ସମିତି ସଭ୍ୟ କିଶାନ ଜେନା କହିଛନ୍ତି।
Govt
Leave A Reply