Odisha news

ପୋଲିସ ଭ୍ୟାନକୁ ହାଇୱା ଧକ୍କା ଦେଲା ପୋଲିସ ଭ୍ୟାନ ଡ୍ରାଇଭର ଆହତ

0
ସାକ୍ଷୀଗୋପାଳ : ଆଜି ସନ୍ଧ୍ୟା ପ୍ରାୟ 6 ଟା ସମୟରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ, ସମ୍ମୁଖରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି l ପିପିଲିରୁ ପୁରୀ ଫେରୁଥିବା OR 05 AE 2737 ପୋଲିସ ଭ୍ୟାନକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା OD 35 ସି 6424 ବାଲି ବୋଝଇ ହାଇୱା ପଛପଟେ ଧକ୍କା ଦେଇଥିଲା l ପୋଲିସ ଭ୍ୟାନ ଦିଭାଇଡ଼ର ଉପରେ ଓଲଟି ପଡିଥିଲା l ପୋଲିସ ଭ୍ୟାନ ଡ୍ରାଇଭର ପୀତବାସ ପଲେଇ ଗୁରୁତର ଆହତ ହୋଇଥିଲେ l ଆହତ ଡ୍ରାଇଭର ଶ୍ରୀଯୁକ୍ତ ପଲେଇଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି l ସତ୍ୟବାଦୀ ପୋଲିସ ହାଇୱା ଡ୍ରାଇଭରଙ୍କୁ ଅଟକ ରଖି ଥିବାର ଜଣାପଡିଛି l ଦୁର୍ଘଟଣାଗ୍ରସ୍ତ ଯାନ ଦ୍ବୟ ସତ୍ୟବାଦୀ ଥାନାରେ ରହିଅଛି l
Govt
Leave A Reply