Odisha news

ବାଣ ଫୁଟି ୩ ଶିଶୁ ଗୁରୁତର

0

ବାଲିପାଟଣା ୩୧/୦୩ : ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ବଡ଼ ଭୋଇ ସାହି ବୁଧବାର ଅପରାହ୍ନ ଏକ ଗଡ଼ମା ବାଣ ଫୁଟି ୩ ଶିଶୁ ଗୁରୁତର ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସା ହେଉଥିବା ଜଣା ପଡିଛି । ଖବର ରୁ ପ୍ରକାଶ ଅଠାନ୍ତର ଭୋଇ ସାହି ର ଆରତ ଭୋଇଙ୍କ ପୁଅ ଦିଲୀପ(୧୦) , ଡାକ ଭୋଇ ଙ୍କ ପୁଅ ଜନକ (୧୧) , ଦିପକ ଭୋଇ ଙ୍କ ପୁତ୍ର ବିକାଶ (୧୦) ଗାଁ ଦାଣ୍ଡ ରେ ଖେଳୁଥିଲେ । ଏହି ସମୟରେ ବିବାହ ପ୍ରଶେସନ ରେ ବ୍ୟବହୃତ ଏକ ଆଫୁଟା ଗଡ଼ମା ବାଣ ପାଇଥିଲେ । ସେମାନେ ଘରୁ ଦିଆସିଲ ଆଣି ବାଣ ରେ ଲଗାଇବା ଦ୍ଵାରା ବାଣ ଟି ଜୋର ରେ ଶବ୍ଦ କରି ଫୁଟିଥିଲା । ଯାହାଦ୍ୱାରା ୩ ଜଣ ଶିଶୁ ଙ୍କର ମୁହଁ ,ହାତ . ପେଟ ଓ ପିଠି ରେ ଗୁରୁତର ଆଘାତ ଲାଗିଥିଲା । ସେମାନଙ୍କୁ ସଙ୍ଗେ ସଙ୍ଗେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ୩ ପରିବାର କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସି ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave A Reply