Odisha news

ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ହରିଲୁଟ : ପନ୍ଦର ଦିନ ମଧ୍ୟରେ ଟଙ୍କା ନଫେରି ପାଇଲେ ରାଜ ରାସ୍ତା କୁ ଓହ୍ଲାଇବେ ଚାଷୀ

0
କାକଟପୁର,୩୧.୦୫- କାକଟପୁର ବ୍ଲକ ଅଧିନସ୍ଥ କାଦୁଆ ନୂଆଗାଁ ଗ୍ରାମ ପଞ୍ଚାୟତ ର  ଧନିତ୍ରୀ ସେବା ସମବାୟ ସମିତି ର ସମ୍ପାଦକବିଷ୍ଣୁ ବେହୁରା ଙ୍କ ନାମରେ ଦୁର୍ନୀତି ଅଭିଯୋଗ l ଦୁର୍ନୀତି କରି ନିଲମ୍ବିତ ହୋଇଥିବା ସମିତି ସମ୍ପାଦକ ବିଷ୍ଣୁ  ବେହୁରାଙ୍କ ନାମରେ ପୁଣି ବାମରା ଗ୍ରାମ ର  ଚାଷୀମାନେ ଆଣିଛନ୍ତି ସଂଘାତିକ ଅଭିଯୋଗ। ସୂଚନା ଅନୁଯାଇ ୨୦୨୦ ମସିହାରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କାକୁ ସମିତିର ସମ୍ପାଦକ ଚଞ୍ଚକତା କରି ଉଠାଇ ନେଇଥିବା ହିତାଦିକାରୀ ମାନେ ଅଭିଯୋଗ କରିବା ସହିତ କାକଟପୁରରେ ଥିବା ପୁରୀ ନିମାପଡା କୋପାରେଟିବି ସୋସାଇଟି ର ଶାଖା ପରିଚାଳକ ଓ କାକଟପୁର ଥାନା ରେ  ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ଆଗାମୀ ୧୫ଦିନ ମଧ୍ୟରେ ସେମାନଙ୍କୁ  ସେମାନଙ୍କ ପଇସା ନଫେରାଇଲେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନି ଦେଇଛନ୍ତି   l  ଏହାର ଉଚ୍ଚାସ୍ତରୀୟ ତଦନ୍ତ କରି ଉପରିସ୍ଥ ଅଫିସରଙ୍କୁ ରିପୋର୍ଟ କରିବା ସହିତ ସତ୍ୟାସତ ଲୋକ ଲୋଚନକୁ ଆଣିବା ପାଇଁ ଚେଷ୍ଟା କରିବେ ବୋଲି ଶାଖା ପରିଚାଳକ ବିକାଶ ରଞ୍ଜନ ପରିଡା କହିଛନ୍ତି l ଶ୍ରୀ ବେହୁରା ଙ୍କୁ  ପୂର୍ବରୁ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଓ ଅଫିସ କାର୍ଯ୍ୟରେ ଅନେକ ଅନିୟମିତତା ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ୍ରମେ ଜିଲ୍ଲା ଉପ ନିବନ୍ଧକଙ୍କ ଦ୍ବାରା ନିଲମ୍ୱିତ କରାଯାଇଥିଲା ।
Leave A Reply