ବାରଙ୍ଗ : ସାବଧାନ , ମାତିଛି ଗୋଠ ଛଡ଼ା ମାଇ ହାତୀ । ସନ୍ଧ୍ୟା ହେଲେ ରାଜରାସ୍ତାରେ ବୁଲୁଥିବା ବେଳେ ନିକଟ ଗାଁ ରେ ପଶୁଛି । ଫସଲ ନଷ୍ଟ କରିବା ସହ ପାଚେରୀ ଭାଙ୍ଗି ଦେଉଛନ୍ତି । ଏବେ ଚିନ୍ତା ରେ ପଡିଯାଇଛନ୍ତି ଲୋକେ । ଏ ହେଉଛି ବାରଙ୍ଗ ବ୍ଲକ ନରାଜ ଗ୍ରାମରେ ଦେଖିବାକୁ ମିଳିଛି । ଏହି ହାତୀ ର ଦୌରାତ୍ମ୍ୟ ଯୋଗୁ ଚାଷୀମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି ।ତେବେ ଏହି ଗ୍ରାମରେ ଗୋଟିକିଆ ଗୋଠ ଛଡା ମାଈ ହାତୀ ଗୁରୁବାର ଦିନ ଉତ୍ପାତ କରିଛି ।ବିଳମ୍ବିତରାତିରେ ହାତୀଟି ଗାଁରେ ପଶି ବସନ୍ତ ସାହୁ ନାମକ ବ୍ୟକ୍ତି ଙ୍କ ବାଡିର ପାଚେରୀ ଭାଙ୍ଗିବା ସହ ଅନ୍ୟ ଜଣଙ୍କ ବାଡ଼ିରେ ପଶି କଦଳୀ ଗଛ ଭାଙ୍ଗିଥିଲା।ଏହା ଜଣାପଡିବା ପରେ ଗ୍ରାମରେ ଆତଙ୍କ ଖେଳି ଯାଇଥିଲା।ଏହି ଖବର ଜଣାପଡିବା ପରେ ଗ୍ରାମର ଯୁବକ ମାନେ ବିଭିନ୍ନ ଛାତ ଉପରେ ରହି ହୋହାଲ୍ଲା କରିବାରୁ ହାତୀଟି ଧୀରେ ଧୀରେ ଗାଁ ର ବିଭିନ୍ନ ସାହି ବାଟ ଦେଇ ନିକଟସ୍ତ
ସିଧେସ୍ୱର ପାହାଡ଼କୁ ଚାଲିଯାଇଥିବା ଜଣାପଡିଛି । ପୂର୍ବରୁ ଗତ କିଛି ଦିନ ହେବ ବାଙ୍କୀ ଭଗିପୁର ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ହତିପଲ୍ଲ। ଏବେ ଗାଁ ମୁଁହା ହୋଇଛନ୍ତି । ଏହି ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀ ର ଗତି ବିଧି ଉପରେ ନଜର ରଖିଛନ୍ତି ।
