Odisha news

ଢ଼ିଙ୍କିଆରେ ନିର୍ବାଚନ ପ୍ରସଙ୍ଗ,ଶାନ୍ତି ଶୃଙ୍ଖଳା ସହିତ ମତଦାନ ଶେଷ

0

ବାଲିତୁଠ : ଏରସମା ବ୍ଲକ ଅନ୍ତର୍ଗତ  ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ରେ ତିନିଜଣ ସରପଞ୍ଚ ପ୍ରାର୍ଥୀନୀଓ ତେଇସି ଟି ଓଆଡ଼ ସଭ୍ୟ ସଭ୍ୟା ଙ୍କ ପାଇଁ ଭୋଟଗ୍ରହଣ  କରାଯାଇଥିଲା। ଆଜି ସକାଳୁ ୭ଟାରୁ ଢ଼ିଙ୍କିଆ ,ତ୍ରିଲେଚନପୁର, ଗୋବିନ୍ଦପୁର, ମାହାଳ,ପାଟଣାର ୨୩ଟା ୱ।ର୍ଡର ୨୩ଟା ବୁଥୁରେ  ମତଦାନ କରାଯାଇଛି।ଢ଼ିଙ୍କିଆ ପଞ୍ଚାୟତରେ ମୋଟ ଭୋଟର ସଂଖ୍ୟା ୭,୯୬୮ ଥିବାବେଳେ  ୬୭୩୧ ଜଣ ଭୋଟର ମାନେ ମତଦାନ କରିଛନ୍ତି। ହାରାହାରି ୮୪ % ମତଦାନ ହୋଇଥିବା ଜଣାପଡିଛି । ଜଗତସିଂହପୁର  ଜିଲ୍ଲାର ଆଡିସିନାଲ୍ ଏସ୍ପି , ଅମରେନ୍ଦ୍ର ପଣ୍ଡା , ପାରାଦୀପ ଆଡିସନାଲ୍ ଏସ୍ପି, ସନ୍ତୋଷ କୁମାର ଜେନା, ତିର୍ତ୍ତୋଲ ଏସ୍ଡିପିଓ ଚିନ୍ମୟ ରାଉତ, ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ପାଲ, କୁଜଙ୍ଗ ଆଇଆଇସି ରଶ୍ମିରଞ୍ଜନ ଦାଶ, ଅଭେୟଚାନ୍ଦପୁରୁ ଆଇଆଇସି ରାଜକିଶୋର ବେହେରା, ଏରସମା ଆଇଆଇସି ନିରଞ୍ଜନ ଦାସ ପାରାଦୀପ ଲକ ଆଇଆଇସି କୂଳମଣି ସେଠୀଙ୍କ ସମେତ ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଢ଼ିଙ୍କିଆ ପଞ୍ଚାୟତରେ ଭୋଟର ମାନେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିଥିଲେ। ଆସନ୍ତା ୫ ତାରିଖ  ଦିନ ଏରସମା ବ୍ଲକରେ ଭୋଟ ଗଣତି ହେବ ବୋଲି ଏରସମା ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲମ୍ବୋଦର ଖୁଣ୍ଟିଆ ପ୍ରକାଶ କରିଛନ୍ତି।

Leave A Reply