ବାରଙ୍ଗ : ପ୍ରାଣୀଉଦ୍ୟାନର ୩୭ନମ୍ବର(ଗ) ଖୁଆଡରେ ରହୁଥିବା ଏକ ମାଈ ବେଲେରା ମୂଷା ଦୁଇଦିନ ତଳେ ଏକ ଶାବକ ଜନ୍ମହେବାପରେ ଗତକାଲି ତାର ମୃତ୍ୟୁ ଘଟିଛି।ମୃତ୍ୟୁପରେ ବେଲେରା ମୂଷା ସଂଖ୍ୟା ୩କୁ ହ୍ରାସପାଇଛି।ସେମାନଙ୍କ ମଧ୍ୟରେ ୨ଅଣ୍ଡିରା ଗୋଟିଏ ମାଈ ବେଲେରା ମୂଷା ରହିଲେ।ସାଧାରଣତଃ ଏହି ପ୍ରଜାତିର ବେଲେରା ମୂଷା ଭାରତର ପଶ୍ଚିମଘାଟ ପର୍ବତମାଳାରୁ ଆରମ୍ଭ କରି କେପ କମୋରିନ ପର୍ଯ୍ୟନ୍ତ ଏମାନେ ଦେଖାଯାଆନ୍ତି।ଏମାନେ ଗଛଉପରେ ଓ କୋରଡରେ ବାସ କରନ୍ତି।ବର୍ଷସାରା ଏମାନେ ପ୍ରଜନନକ୍ଷମ ହୋଇଥାନ୍ତି।ମାଈ ମୃଷାମାନେ ୩୧ଦିନ ପର୍ଯ୍ୟନ୍ତ ଗର୍ଭଧାରଣ କରି ଏକା ସଙ୍ଗେ ଦୁଇଟି ଶାବକକୁ ଜନ୍ମଦେଇଥାନ୍ତି।ସେହିପରି ଗୁରୁବାର ଦିନ ସମ୍ବଲପୁର ଡିଭିଜନର ରେଢାଖୋଲ ରେଞରୁ ଉଦ୍ଧାର ହୋଇଥିବା ୬ମାସର ଅଣ୍ଡିରା ଚଉଶିଙ୍ଗାକୁ ବନବିଭାଗ ନନ୍ଦନକାନନ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ଚଉଶିଙ୍ଗାର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନର ପୃଥକୀକରଣ ଖୁଆଡରେ ରଖାଯାଇଛି।ତେବେ ହରିଣଟିର ନିକଟସ୍ଥ ଜଙ୍ଗଲରୁ ମାଆଠାରୁ ଅଲଗା ହୋଇ ଜନବସତିକୁ ଚାଲିଆସିଥିଲା।ଖବର ପାଇ ବନବିଭାଗର କର୍ମଚାରୀମାନେ ହରିଣଟିକୁ ଉଦ୍ଧାର କରି ନନ୍ଦନକାନନ ପଠାଇଛନ୍ତି।ଏବେ ଚଉଶିଙ୍ଗା ସଂପୂର୍ଣ ସୁସ୍ଥଥିବା ଜଣାପଡିଛି।ଏହି ଉଦ୍ଧାର ନନ୍ଦନକାନନ ଆସିବା ପରେ ସେମାନଙ୍କ ସଂଖ୍ୟା ୪କୁ ବୃଦ୍ଧିପାଇଛି।ତହିଁ ମଧ୍ୟରେ ୨ଅଣ୍ଡିରା ୨ମାଈ।
