ବାରଙ୍ଗ : ପ୍ରତିଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି । କିଏ ଅନ୍ ଲାଇନ୍ ରେ ଟିକେ କାଟି ଆସିଥାଏ ତ ଆଉ କିଏ ଏଠି ଧାଡିରେ ଛିଡା ହୋଇ ଟିକେଟ୍ କାଟିଥାନ୍ତି । ଆଉ କେତେକ ଟିକେଟ୍ କାଉଣ୍ଟର ପାଖରେ ଥିବା ଗାଇଡ୍ ଙ୍କ ସାହାର୍ଯ୍ୟ ନେଇଥାନ୍ତି । ଗାଇଡ୍ ମାନେ ପର୍ଯ୍ୟଟକଙ୍କ ଟିକେଟ୍ କାଟିବା ସହ ନନ୍ଦନକାନନ ପରିଭ୍ରମଣ କରିବା ପାଇଁ ନନ୍ଦନକାନନ ଭିତରକୁ ନେଇଥାନ୍ତି । ଏଥିରେ ଉଭୟ ପର୍ଯ୍ୟଟକ ଏବଂ ଗାଇଡ୍ ଉପକୃତ ହୋଇଥାନ୍ତି । କିନ୍ତୁ ଗୁରୁବାର ଗାଇଡ୍ ଟିକେଟ୍ କାଟିବାକୁ ନେଇ ବିବାଦ ଦେଖାଦେଇଥିଲା ।
କୌଣସି ଏକ କାରଣ କୁ ନେଇ ଗାଉଡ୍ ଓ ନନ୍ଦନକାନନ କର୍ତ୍ତୁପକ୍ଷ ମୁହାଁମୁହିଁ ହୋଇଥିଲେ । ଗାଇଡ୍ ମାନେ ଏଣିକି ଟିକେଟ୍ କାଟି ପାରିବେନି ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ କର୍ତ୍ତୁପକ୍ଷ । ତେବେ କଣ ପାଇଁ ଆମେ ଟିକେଟ୍ କାଟି ପାରିବୁ ନାହିଁ ବୋଲି ଓଲଟା ପ୍ରଶ୍ନ କରିଥିଲେ ଗାଇଡମାନେ । ପୂର୍ବରୁ ଗାଇଡ୍ ମାନେ ଟିକେଟ୍ କାଟି ଆସୁଥିଲେ ,ଇତି ମଧ୍ୟରେ ନନ୍ଦନକାନନ କର୍ତ୍ତୁପକ୍ଷ ବଦଳି ହୋଇଛନ୍ତି । ହେଲେ ଗାଇଡ୍ ମାନେ ଟିକେଟ୍ କାଟିବା ର ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଥିଲା । କିନ୍ତୁ ଏହାରି ଭିତରେ କେହି ଅଙ୍କୁଶ ଲଗାଇନଥିଲେ । ଟିକେଟ୍ କଳାବଜାରୀ ରୋକିବା ପାଇଁ ଉଭୟ ଅଫଲାଇନ୍ ଓ ଅନ୍ ଲାଇନ୍ ଟିକେଟ୍ କଟାଯାଉଛି । ଯାହାର ତଥ୍ୟ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପାଖରେ ରହୁଛି । ତେବେ ଗାଇଡ୍ ମାନେ କିଭଳି ଟିକେଟ୍ କଳାବଜାରୀ କଲେ । ଯଦି ଟିକେଟ୍ କଳାବଜାରୀ ହେଉଛି ତେବେ ଆଗରୁ କର୍ତ୍ତୁପକ୍ଷ କାହିଁକି ଆକ୍ସନ ନେଉନଥିଲେ । ଯାହାକୁ ନେଇଁ ପ୍ରଶ୍ନ କରିଛନ୍ତି ନନ୍ଦନକାନନ ଗାଇଡ୍ ମାନେ ।ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ରାଜସ୍ୱବିଭାଗର ରେଞର ସାବଗତିକାସାହୁ ଅଚାନକ ଟିକେଟ କାଉଂଟର ପାଖରେ ପହଂଚି ଗାଇଡମାନଙ୍କୁ ଟିକେଟ ନଦେବାକୁ କାଉଂଟରରେ ଥିବା କର୍ମଚାରୀମାନଙ୍କୁ କହିଥିଲେ ।ଏହା ଜାଣିବାପରେ ଗାଇଡମାନେ ଆସି ହାହୋ୍ଲା କରିଥିଲେ ।ରେଞର ଗାଇଡମାନଙ୍କୁ ବୁଝାସୁଜା ନ କରିପାରିବାରୁ ବାଧ୍ୟ ହୋଇ ଉପନିର୍ଦ୍ଦେଶକ ଘଟଣାସ୍ଥଳରେ ପହଁଚି ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଉଥିବାର କହିଥିଲେ । କିନ୍ତୁ ଗାଇଡମାନେ ଉପନିର୍ଦ୍ଦଶକଙ୍କ କଥାକୁ ଶୁଣି ନଥିଲେ ।ପରେ ଖବର ପାଇ ନନ୍ଦନକାନନଥାନା ପୋଲିସ ଆସି ଗାଇଡମାନଙ୍କୁ ବୁଝାସୁଜା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ଉପନିର୍ଦ୍ଦେଶକ କୁହନ୍ତି
ଭିଡରୁ ରକ୍ଷା ପାଇବାପାଇଁ ପର୍ଯ୍ୟଟକମାନେ ଅନଲାଇନ ଟିକେଟ କାଟିବାର ସୁବିଧା ରହିଛି ,ଏହାସହ ସେମାନେ ଚାହିଁଲେ ସେମାନଙ୍କ ମଧ୍ୟରୁ ଜଣେ କେହି ଅଫଲାଇନରେ ଟିକେଟ କାଟିପାରିବେ ।ଏହାଦ୍ୱାରା କଳାବଜାରି ରୋକିହେବା ସହ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଉପନିର୍ଦ୍ଦେଶକ ଡ.ସଞିତକୁମାର କହିଛନ୍ତି ।
