Odisha news

ଭାରତୀୟ କନ୍ୟୁର୍ ପକ୍ଷୀ ମୃତ ,ଜନ୍ତୁ ବିଭାଗ ଅଧିକାରୀ ଜାଣି ନାହାନ୍ତି

0
ବାରଙ୍ଗ :  ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଆଜି ପଦାକୁ ଆସିଛି । କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କେଉଁ ଜନ୍ତୁ ଅସୁସ୍ଥ ଅଛନ୍ତି ନା କିଏ ମୃତ୍ୟୁ କରିଛି । ଏ ପ୍ରଶ୍ନ  ଉଠିବା ସ୍ୱଭାବିକ୍ କଥା, କାରଣ ସନିବାର ଦିନ  ପକ୍ଷୀ ସରଣୀ ରେ ରହୁଥିବା ଭାରତୀୟ କନ୍ୟୁର ପକ୍ଷୀର ମୃତ୍ୟୁ ହୋଇଛି।ହେଲେ ଜନ୍ତୁ ବିଭାଗ ରେଞ୍ଜର ଅଧିକାରୀ ଜାଣିନାହାନ୍ତି।  ଯାହାକୁ ନେଇ କର୍ତ୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ସୂଚନା ଯୋଗ୍ୟ ଯେ, ପ୍ରାଣୀଉଦ୍ୟନ ନନ୍ଦନ କାନନର ପକ୍ଷୀ ସରଣୀର ୧୧ନମ୍ବର ଖୁଆଡ ରେ ରହୁଥିବା ଏକ  ହଳଦିଆ ନାଲି ରଙ୍ଗମିଶା  ଭାରତୀୟକନ୍ୟୁର (ଭାରତୀୟ ଶୁଆ)ଶନିବାର ଦିନ ମୃତୁ ଘଟିଛି।ସୁସ୍ଥ ସବଳ ହୋଇ ଠିକ ଭାବେ ବିଚରଣ କରୁଥିବା ଭାରତୀୟ କନ୍ୟୁରଟି ଆଜି ଦୁଇପହରରେ ହଠାତ ଅସୁସ୍ଥ ହୋଇପଡିଥିଲା।ପାଖରେ ଥିବା କର୍ମଚାରି ଦେଖି କର୍ତ୍ତୃପକ୍ଷଙ୍କୁ ଖବର ଜଣାଇଥିଲେ।   ଖବର ପାଇ ଚିକିତ୍ସକମାନେ ଯାଇ ପ୍ରାଥମିକ ଚିକିତ୍ସା କରି ଫେରିଥିଲେ।ଫେରିବାର କିଛି ସମୟପରେ କନ୍ୟୁରଟି ମରିପଡିଥିବାର ସୂଚନା ମିଳିଥିଲା। ଏନେଇ ଆମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଜନ୍ତୁ ରେଞ୍ଜର ନୂତନ ହେମ୍ରମ ଙ୍କୁ ପଚାରିଥିଲୁ କିନ୍ତୁ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ସବୁ ଠିକ୍ ଠାକ୍ ଅଛି ବୋଲି କହିଥିଲେ ।  ଏଠାରେ ପ୍ରଶ୍ନ ଉଠେ ପ୍ରାଣୀଉଦ୍ୟାନ ରେଞ୍ଜର ସାର୍ କରୁଛନ୍ତି କଣ  ? କଣ ଠିକ୍ ଭାବେ କାର୍ଯ୍ୟ କରୁନାହାନ୍ତି କି ?  ଏଥିରୁ ସ୍ପଷ୍ଟ ବାରି ହେଉଛି ଜୀବଜନ୍ତୁଙ୍କ ପ୍ରତି କେତେ ସଜାଗ ଅଛନ୍ତି ଜନ୍ତୁ ବିଭାଗ ଅଧିକାରୀ । ଏନେଇ ଉଚ୍ଚ ପଦାଧିକାରୀ ଟିକେ ନଜର ରଖନ୍ତୁ ବୋଲି ପଶୁପ୍ରେମୀ ମତପ୍ରକାଶ କରିଛନ୍ତି।
Nalco
Leave A Reply