Odisha news

ସରକାରୀ ଚାକିରି କରିଦେବାକୁ କହି ୬ଲକ୍ଷ ରୁ ଉର୍ଦ୍ଧ ଠକେଇ,୨ଗିରଫ

0
ବାରଙ୍ଗ : ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ 6 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ଦୁଇ ଯୁବକ କୁ   ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି ଚନ୍ଦକା ପୋଲିସ ।ଗିରଫ ଯୁବକ ନୟାଗଡ଼ ନୂଆଗାଁ  ଥାନା ଅଧିନସ୍ଥ ଗଦାଧର ପୁର ଗ୍ରାମର ଅଭିଜିତ ପ୍ରଧାନ ଓ ନୟାଗଡ ସଦର ଥାନା ଅଧୀନସ୍ଥ ରାୟପୁର ଗ୍ରାମର ଅଚ୍ୟୁତ ପ୍ରଧାନ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକା ଥାନା ଅଧୀନରେ ଥିବା ଗୋଠାପାଟଣାରେ ଥିବା ଟାଇମ୍ସ  ଗୁରୁକୁଳରେ ଚାକିରି କରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ କୁ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତ ପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟ ଜଣେ ଅଭିଯୁକ୍ତ ଅଭିଜିତ ପ୍ରଧାଙ୍କ ଜରିଆରେ ସରକାରୀ ଚାକିରିରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ସରକାରୀ ଚାକିରି ଆଶାରେ ଉଭୟ ଅଭିଯୁକ୍ତଙ୍କ ସହିତ ଯୋଗଯୋଗରେ ରହିବା ମଧ୍ୟରେ, ଉଭୟ ଅଭିଯୁକ୍ତ ତାଙ୍କ ନିକଟରେ ଥିବା ତାଙ୍କ ଏଟିଏମ କାର୍ଡକୁ କୌଶଳ କ୍ରମେ ନେବାରେ ସକ୍ଷମ ହୋଇଥିଲେ ଏବଂ ପରେ ସରକାରୀ ଚାକିରି କରାଇ ଦେବାର ପ୍ରତିଶୃତି ଦେଇ ଉକ୍ତ ଏଟିଏମ କାର୍ଡ ମାଧ୍ୟମରେ ୬,୮୦,୬୫୦ ଟଙ୍କା ଉଠାଇ ନେଇଯାଇଥିଲେ । ଟଙ୍କା ନେବା ପରେ ଉଭୟ ଅଭିଯୁକ୍ତ ତାଙ୍କୁ ଆଉ ଧରାଛୁଆଁ ଦେଇନଥିଲେ, ବରଂ ଟଙ୍କା ଫେରାଇବା କଥା କହିଲେ ଉଭୟ ତାଙ୍କୁ  ନାନାପ୍ରକାର ଧମକ ମାନ ଦେଇଥିଲେ ।
ପରେ ଯୁବତୀ ଜଣକ ବିଶ୍ଵସ୍ତ ସୁତ୍ରରୁ ଜାଣିବାକୁ ପାଇଥିଲେ ଯେ, ଉଭୟ ଅଭିଯୁକ୍ତ ଏହିଭଳି ଭାବେ ଅନ୍ୟ କେତେକ ଚାକିରି ଆଶାୟୀ ପ୍ରାର୍ଥୀଙ୍କ ନିକଟରୁ ମଧ୍ୟ ଅନେକ ଟଙ୍କା ଠକି ନେଇଛନ୍ତି । ଶେଷରେ ଯୁବତୀ ଜଣକ  ଚନ୍ଦକା ଥାନାରେ ଏନେଇ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ଚନ୍ଦକା ଥାନା ପୁଲିସ ୨୬୧/୨୩ ନମ୍ୱର ମାମଲା ରୁଜୁକରି ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ  ଗିରଫ କରିଥିଲେ ।   ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଅପରାଧ ସ୍ଵୀକାର କରିଥିଲେ । ଚନ୍ଦକା ପୋଲିସ ସୋମବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
Leave A Reply