Odisha news

ବଲିଉଡର କଣ୍ଠଶିଳ୍ପୀ ଅନୁରାଧା ପଡୱାଲଙ୍କୁ ସମ୍ବର୍ଦ୍ଧିତ କଲା ଟିଲୋ ଆଥଲେଟିକ୍ ଆସୋସିଏସନ

0

ବନ୍ତ,ତା୪ା୩ : ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଓଡିଶାର ଅଗ୍ରଣୀ କ୍ରୀଡା ସଙ୍ଗଠନ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ପକ୍ଷରୁ ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଅନୁରାଧା ପଡୱାଲ, ବିଶିଷ୍ଟ ଶିଳ୍ପପତି ତାରା ରଂଜନ ପଟ୍ଟନାୟକ, ଏନ୍.ଆର.ଆଇ ନନ୍ରେସିଡେଣ୍ଟ ଅଫ ଇଣ୍ଡିଆ ବିଜିନେସ୍ ଟାଇଗର ରାହୁଲ ରାୟ, ସଂଗୀତଜ୍ଞ କବିତା ପଡୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଟିଲୋ ଆଥ୍ଲେଟିକ୍ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଡିଓ ପ୍ରଦୀପ କୁମାର ସେଠୀ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ଟିଲୋ ଆଥଲେଟିକ୍ ଆସୋସିଏସନର ସଦସ୍ୟ ଲିଙ୍ଗରାଜ ସ୍ୱାଇଁ, ମନମୋହନ ସାହୁ, ରମେଶ ଚନ୍ଦ୍ର ବେହୁରା, ସ୍ମୃତି ରଂଜନ ସ୍ୱାଇଁ, ଆଲୋକ ରାଉତ, ସୂଜତିକୃଷ୍ଣ ବେହେରା, ସୁଧାକର ଧଳ, ମନୋଜ ଜେନା, ଧନେଶ୍ୱର ଧଳ ଯୋଗ ଦେଇଥିଲେ । ଆସୋସିଏସନର ସଦସ୍ୟ ସଂଜୟ ମଜୁମଦାର ମଞ୍ଚ ପରିଚାଳନା କରିଥିଲେ । ଜିଲା ପ୍ରଶାସନ ଅନୁମୋଦନ କ୍ରମେ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା । ଏହି ବିଶିଷ୍ଟ ଅତିଥି ମାନେ ହେଲିକେପ୍ଟର ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରରୁ ଟିଲୋ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଅବତରଣ କରିଥିବା ବେଳେ ବ୍ଲକ ଓ ପୋଲିସ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ସହାୟତା କରାଯାଇଥିଲା । ହେଲିକେପ୍ଟରକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ହେଲିକେପ୍ଟର ଅବତରଣର ମଜା ନେଇଥିଲେ । କାର୍ଯ୍ୟକ୍ରମରେ ପ୍ରକାଶ ସ୍ୱାଇଁ, ପଶୁର୍୍ରାମ ଦାସ, ସନ୍ତୋଷ ଧଳ, ଗୋବିନ୍ଦ ଧଳ, ଅଶୋକ ନାଥ, ସୁବ୍ରତ ପୃଷ୍ଟି, ରମାକାନ୍ତ ପାଣିଗ୍ରାହୀ ସହଯୋଗ କରିଥିଲେ ।

Nalco
Leave A Reply