Odisha news

ଭାରତର ଏହି ରାଜ୍ୟରେ ଦୁନିଆର ସବୁଠୁ ବଡ଼ ଗଛ ରହିଛି, ଯାହାକି ଗୋଟିଏ କ୍ରିକେଟ ଗ୍ରାଉଣ୍ଡ ଠାରୁ ମଧ୍ୟ ବଡ଼ 

0
ଏହି ଦୁନିଆ ବା ବିଶ୍ୱ ବିଭିନ୍ନ ଆଶ୍ଚର୍ଯ୍ୟ ଜନକ ଜିନିଷ ରେ ପୂର୍ଣ୍ଣ, ଯାହାକୁ ଆମେ ଜାଣିବା ପାଇଁ ଅନେକ ବର୍ଷ ଲାଗିଥାଏ l ସେଥି ମଧ୍ୟରୁ ଗୋଟିଏ ହେଉଛି ବିଶ୍ୱର ସବୁଠୁ ବଡ଼ ବୃକ୍ଷ l କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠୁ ବଡ଼ ବୃକ୍ଷ କେଉଁଠି ରହିଛି ? ଆଜ୍ଞା ତାହା ଭାରତରେ ରହିଛି l l ଏହି ଗଛଟିର ଆକାର ଗୋଟିଏ କ୍ରିକେଟ ଗ୍ରାଉଣ୍ଡ ଆକାରର ଅଟେ l ଏହା ଆଜି ମଧ୍ୟ ବଢିବାକୁ ଲାଗିଛି l ଏହା ଗୋଟିଏ ବରଗଛ ଅଟେ l ସବୁଠୁ ପୁରୁଣା ପ୍ରଜାତି ମାନଙ୍କ ମଧ୍ୟରେ ବରଗଛ ଗୋଟିଏ, ଭାରତ ପ୍ରତିଷ୍ଠିତ ଗ୍ରେଟ ବରଗଛ ଦୁନିଆର ସବୁଠୁ ବଡ଼ ଗଛ ଅଟେ l
ଏହି ବରଗଛ ଟି ୨୫୦ ବର୍ଷରୁ ଉର୍ଧ୍ଵ ହେବ ଏହି ଭାରତ ମାଟିରେ ଦଣ୍ଡାୟମାନ ହୋଇ ରହିଛି l ଏହି ଗଛଟି କଲିକତା ହାୱଡା ର ଶିବପୁର ରେ ଲୋକ ମାନଙ୍କର ଆକର୍ଷଣ ର କେନ୍ଦ୍ର ହୋଇ ରହିଛି l ଏହି ଗଛଟିର କ୍ଷେତ୍ରଫଳ ପାଖାପାଖି ୪.୬୭ ଏକର ବିଶିଷ୍ଟ ଅଟେ l ବରଗଛ ରୁ ବାହାରିଥିବା ଚେର ମାଟିରେ ଲାଗି ମାଡ଼ିମାଡ଼ି ଗୋଟିଏ ବହୁତ ବଡ଼ କ୍ଷେତ୍ରଫଳ କୁ ଅକ୍ତିଆର କରିଛି l ୨ଟି ବଡ଼ ଚକ୍ରବାତ ତୋଫାନ ର ସଂସ୍ପର୍ଶ ରେ ଆସିବା ପରେ ଏହି ଗଛଟି ରୋଗ ଗ୍ରସ୍ତ ହୋଇ ନିଜ ମୂଳ ଗଣ୍ଡି ବା ଚେର କୁ ହରାଇ ସାରିଛି l ୧୯୨୫ ରେ ଗଛର ଅନ୍ୟ ଶାଖା ଗୁଡିକ ନଷ୍ଟ ହୋଇଯିବ ବୋଲି ଏହାର ମୂଳ ଗଣ୍ଡି କୁ କାଟି ଦିଆଯାଇଥିଲା l କିନ୍ତୁ ଏହି ଗଛର ବିକାଶ ଅଟକି ନଥିଲା l
ବର୍ତମାନ ସୁଧା ଏହି ଗଛରେ ୩୭୭୨ ଟି ମୂଳ ରହିଛି l ପୂର୍ବରୁ ଏହି ଗଛ ଥିବା ସ୍ଥାନକୁ ଭାରତୀୟ ବନସ୍ପତି ଉଦ୍ୟାନ କୁହାଯାଉ ଥିଲା l କିନ୍ତୁ ୨୦୦୯ ରେ ଏହି ବଗିଚାର ନାମ ପରିବର୍ତନ କରାଯାଇ ଥିଲା ଓ ଏହାର ନାମ ପ୍ରାକୃତିକ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ ଙ୍କ ସମ୍ମାନ ରେ ନାମିତ କରାଗଲା l ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ବିରାଟ ବରଗଛ ଟି ଦୁନିଆର ସମସ୍ତଙ୍କୁ ଆକର୍ଷଣ କରୁଛି l ଏହି ବରଗଛ କୁ ପ୍ରାକୃତିକ ଆଶ୍ଚର୍ଯ୍ୟ ବୋଲି କୁହାଯାଉଛି l
Leave A Reply