Odisha news

LPG ସଙ୍କଟ : ଫ୍ୟାକ୍ଟ୍ରି ରେ ଲାଗିଲା ତାଲା , ରେଳ ଷ୍ଟେସନ ରେ ଶ୍ରମିକଙ୍କ ଭିଡ଼

0

ମିଡିଲ-ଇଷ୍ଟ ରେ ଜାରି ଯୁଦ୍ଧ ଭାରତ ଉପରେ ପକାଇଛି ଗଭୀର ପ୍ରଭାବ, lpg ସଙ୍କଟ ବଡ଼ବଡ଼ ଉଦ୍ୟୋଗ ଠାରୁ ନେଇ ସାଧାରଣ ଜନଜୀବନ ଉପରେ ପକାଇଛି ପ୍ରଭାବ, ରାଜସ୍ଥାନ ରେ କାମର୍ସିୟାଲ lpg ଅଭାବ କାରଣରୁ କପଡା, ମାର୍ବଲ ଓ କେମିକାଲ ଫ୍ୟାକ୍ଟ୍ରି ଗୁଡିକ ବନ୍ଦ ହେବାରେ ଲାଗିଛି , ଯେଉଁ କାରଣରୁ ହଜାର ହଜାର ଶ୍ରମିକ ବେରୋଜଗାର ହୋଇ ଘରକୁ ଫେରି ଆସୁଛନ୍ତି l

ମୁମ୍ବାଇ ରେ ସ୍ଥିତି ଏଭଳି ଯେ ଲୋକେ ଗୋଟିଏ ସିଲିଣ୍ଡର ପାଇଁ ଲମ୍ବା ଧାଡିରେ  ଠିଆ ହୋଇଛନ୍ତି, ଏବଂ କଳାବଜାରୀ କାରଣରୁ ମୂଲ୍ୟ ଦୁଇରୁ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହେଉଛି l ଗୁଜୁରାଟ ର ସୁରଟ ରେ ମଧ୍ୟ ଗ୍ୟାସ ର ଖୁବ ଅଭାବ କାରଣରୁ ପ୍ରବାସୀ ଶ୍ରମିକ ମାନେ ଅଧିକ ମାତ୍ରାରେ ପଳାୟନ କରୁଛନ୍ତି l ଶ୍ରମିକ ମାନେ କହୁଛନ୍ତି ଯଦି ଖାଦ୍ୟ ପ୍ରସ୍ତୁତ କରିବା ଅସୁବିଧା ହେଉଛି ତେବେ କଣ ପାଇଁ ଏହି ସହରରେ ରହିବୁ l

ବର୍ତମାନ ମିଡିଲ-ଇଷ୍ଟ ଯୁଦ୍ଧ ଯୋଗୁଁ ଦେଶର ବଡ଼ବଡ଼ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ହେବାକୁ ବସିଲାଣି, ଏବଂ ହଜାର ହଜାର ଫ୍ୟାକ୍ଟ୍ରି ବନ୍ଦ ହୋଇଗଲଣି l ଏବଂ ଲୋକେ ଭାବୁଛନ୍ତି ବର୍ତମାନ କରୋନା ଭଳି ସ୍ଥିତି ହୋଇଗଲାଣି l

ଲୋକେ ଟ୍ରେନ ରେ ଖଣ୍ଡିଏ ସିଟ ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି , ଭାରତରରଥିଙ୍କ ରାଜଧାନୀ ମୁମ୍ବାଇ ର ରୋଷେଇଘରେ ମଧ୍ୟ ପ୍ରଭାବ ପଡିଛି, ମୁମ୍ବାଇ ରେ ରାସନ ପାଇଁ ନୁହେଁ, ଲୋକେ ସିଲିଣ୍ଡର ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନ ରେ ଠିଆ ହେଉଛନ୍ତି l ଗୁଜୁରାଟ ର ସୁରଟ ରେ ମଧ୍ୟ ଘରୋଇ ଗ୍ୟାସ ର ଖୁବ ଅଭାବ ଲାଗି ରହିଛି, ଯେଉଁ କାରଣରୁ ପ୍ରବାସୀ ଶ୍ରମିକ ରାଜ୍ୟ ଛାଡି ପଳାୟନ କରୁଛନ୍ତି l

Nalco
Leave A Reply