ବାଲିପାଟଣା ୨୪/୩- କରୋନ ଭାଇରସ କବଳରୁ ଓଡିଶା ବାସୀଙ୍କୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହି ନିୟମକୁ ଉଲ୍ଲଙ୍ଘନ କଲେ ପୋଲିସ୍ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ବାଲିପାଟଣା ପୋଲିସ ହାଟ ସ୍ଥିତ ଜଗନ୍ନାଥ ମନ୍ଦିର , ଗୋପବନ୍ଧୁ ଛକ , ଅଠାନ୍ତର, ନରୋଦା , ବନମାଳୀପୁର ,ବିଶ୍ୱନାଥପୁର ଛକ ଠାରେ ଯାତାୟତ କରୁଥିବା ଲୋକମାନଙ୍କୁ କରୋନା ସଂପର୍କରେ ସଚେତନତା କରାଇବା ସହିତ ଲକଡାଉନ କଡାକଡି କରିଥିଲେ ।
ନିତ୍ୟନ୍ତ ଜରୁରୀ ଥିବା ଲୋକମାନଙ୍କୁ ଛାଡୁ ଥିଲେ ଓ ଅନ୍ୟମାନଙ୍କୁ ଅଯୋଥାରେ ବଜାରରେ ନ ବୁଲି ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜନସାଧାରଣଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୋଲିସ ଡାକବାଜୀ ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ସାପ୍ତାହିକ ହାଟ ବନମାଳୀପୁରୁରେ ବେପାରୀ ମାନେ ଆସି ବେପାର କରୁଥିବାରୁ ଏ.ସି.ପି ରବିନାରାୟଣ ଶତପଥି , ଆଇ.ଆଇ.ସି ରାଧାକାନ୍ତ ସାହୁ ସେଠାରେ ପହô ବେପାରୀ ଓ ଖାଉଟି ମାନଙ୍କୁ ଏକତ୍ରିତ ନ ହେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ କରୋନା କୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ବା³ର୍ାକୁ ମାନି ବାଲିପାଟଣା ଓ ଏହାର ଆଖ ପାଖ ଅଳରେ ସମସ୍ତ ଦୋକନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।