Odisha news

ଆଧ୍ୟାତ୍ମିକ ପତ୍ରିକା ଦାରୁଦିଅଁ ର ବାର୍ଷିକ ଉତ୍ସବ

0
ବାଲିପାଟଣା ତା ୦୪/୧୧ : ପବିତ୍ର ତୀର୍ଥ ତ୍ରିବେଣୀ ଠାରେ ଅନ୍ତର୍ବେଦୀ ପୀଠ ମଣ୍ଡପରେ ଆଧ୍ୟାତ୍ମିକ ପତ୍ରିକା ଦାରୁଦିଅଁ ର ବାର୍ଷିକ ଉତ୍ସବ ନିତ୍ୟଭକ୍ତି ପରିବାର ଆନୁକୁଲ୍ୟରେ ମହାସମାରୋହ ରେ ଅନୁଷ୍ଠିତ ହୋଇଛି।ସମ୍ପାଦକ ଦେବେନ୍ଦ୍ର ନାଥ ସେନାପତି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଗବେଷକ ହଂଶନାଥ ସାହୁ,ସଂଳାପ ଲେଖକ ଅଧ୍ୟାପକ ରଜନୀ ରଞ୍ଜନ ଦାସ,କବୟିତ୍ରୀ କ୍ଷେତ୍ରବାସିନୀ ତ୍ରିପାଠୀ,ଶିଳ୍ପପତି ରଶ୍ମିରଞ୍ଜନ ବଳିଆରସିଂହ,ଅଧ୍ୟାପକ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ  ଯୁବ ସାମ୍ବାଦିକ ଅଭିନୟ ଆଦିତ୍ୟ ଙ୍କୁ ମାନପତ୍ର ଉତ୍ତରୀୟ ଓ ଫଳକ ଦିଆଯାଇ ସମ୍ବର୍ଦ୍ଧତ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପୀଠରେ ରହି ହବିଷ କରୁଥିବା ବୟୋଜ୍ୟେଷ୍ଠ ମାଆ ମାନଙ୍କୁ ରଶ୍ମି ରଞ୍ଜନ ବଳିୟାରସିଂହ ଙ୍କ ତରଫରୁ ଶାଲ,ଶାଢ଼ୀ ଓ ଫଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଳାକାର ମାନେ ଭଜନ ପରିବେଷଣ କରିଥିଲେ।ପବିତ୍ର ଏକାଦଶୀ ତିଥିରେ ସମସ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା।
Nalco
Leave A Reply