ଠାକୁରମୁଣ୍ଡା -4/11 : କରଞ୍ଜିଆ ଆଇଟିଡିଏ ପକ୍ଷରୁ ମିଶନ ଜୀବିକା ଯୋଜନାରେ ଠାକୁରମୁଣ୍ଡା ବ୍ଲକ ସିମଡିହା ଗ୍ରାମରେ ସୋରିଷ କ୍ଳଷ୍ଟର ପାଇଁ ପଦକ୍ଷେପ ନିଆଯାଇଛି l ସମୁଦାୟ 40 ଏକର ଜାଗାରେ ସୋରିଷ ଚାଷ ପ୍ରକ୍ରିୟା ଆରମ୍ଭ ହୋଇଛି l 40 ଜଣ ଏସଏଚଜି ସଦସ୍ୟାଙ୍କୁ ଏଥିପାଇଁ ବିହନ ବଣ୍ଟନ କରାଯାଇଛି l ଆଇଟିଡିଏ ପ୍ରକଳ୍ପ ପରିଚାଳକ ବିଶ୍ୱନାଥ ମିଶ୍ର, ଏସଏମଏସ ସଂଘମିତ୍ରା ଦାସ, ଜୀବନ ଜୀବିକା ନିପୁଣ ଅଧିକାରୀ ତଥା ଆଇଜିଏସ ଏକଜିକ୍ୟୁଟିଭ ପ୍ରମୋଦ କୁମାର ପଲେଇ ଏବଂ ଓଏଫଏସଡିପି ସଂଯୋଜକ ଶରତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିହନ, ଜୈବିକ ସାର, ଔଷଧ ବିତରଣ କରିବା ସହିତ ଚାଷ ପଦ୍ଧତି ସମ୍ପର୍କରେ ସଚେତନ କରିଥିଲେ l ସିମଡିହା ଗ୍ରାମରେ ଆଇଟିଡିଏ ସହାୟତାରେ ଉଠା ଜଳସେଚନ ବ୍ୟବସ୍ଥା, ସୋରିଷ ତେଲ ଉତ୍ପାଦନ କରାଯାଉଥିବା ବେଳେ ଏବେ କ୍ଳଷ୍ଟର ଢାଞ୍ଚାରେ ସୋରିଷ ଚାଷ ସେମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ପରିଚାଳକ ସୂଚନା ଦେଇଥିଲେ
