ବାଲିପାଟଣା ତା ୦୮/୦୧ : ମହିଳା ଙ୍କ ସୁରକ୍ଷା ଓ ଆତ୍ମ ମର୍ଯ୍ୟାଦା ର ସହିତ ବଞ୍ଚିବା,ଆର୍ଥିକ ସଶକ୍ତି କରଣ ହୋଇ ପୁରୁଷ ସହିତ ସମାନ ଅଧିକାର ପାଇବା ଆଜି ଦିବସ ର ସବୁଠାରୁ ବଡ ଆହ୍ବାନ।ମିଶନ ଶକ୍ତି ଯୋଜନା ଆରମ୍ଭ ହେବାବେଳେ ଯେଉଁ ଉଦ୍ଦେଶ୍ୟ ରହି ଥିଲା ତାହା ଏ ସରକାର ରେ ବିଫଳ ହୋଇଛି ବୋଲି ଆଜି ଅପରାହ୍ନ ରେ ବାଲିପାଟଣା ହାଇ ସ୍କୁଲ ପଡିଆରେ ଆୟୋଜିତ ବିଶାଳ ମହିଳା ସମାବେଶ କୁ ସମ୍ବୋଧିତ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା କହିଛନ୍ତି।ଅଜିତା ଅନୁଷ୍ଠାନ ର ମୁଖ୍ୟ ମୌସୁମୀ ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନାରୀ ନେତ୍ରୀ ପ୍ରମିଳା ପ୍ରିୟଦର୍ଶିନୀ ଭଞ୍ଜ, ସୁଲୋଚନା ମହାନ୍ତି,ବିନୋଦିନୀ ମିଶ୍ର,ସରିତା ସ୍ୱାଇଁ ପ୍ରମୁଖ ଙ୍କ ସହିତ ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ସାଂସଦ ଙ୍କ କାର୍ଯ୍ୟକ୍ରମ ସହାୟକ ଅଶୋକ ପଟ୍ଟନାୟକ,ପ୍ରତିନିଧି ସିଦ୍ଧେଶ୍ୱର ନାଥ,ତାପସ ଜେନା,ନାରାୟଣ ଖୁଣ୍ଟିଆ,ଆଶାୟୀ ପ୍ରାର୍ଥୀ ବସନ୍ତ ନାୟକ, ଶିବ ମଲ୍ଲିକ,ମାଗୁଣି ଚରଣ ସେଠୀ,ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ,ଜଗନ୍ନାଥ ବେହେରା ପ୍ରମୁଖ ସମାବେଶ କୁ ଉଦବୋଧନ ଦେଇଥିଲେ।ଦୁଇ ଜଣ ସଫଳ ମହିଳା ପାଙ୍କଜିନୀ ମହାପାତ୍ର ବିଳାସିନୀ ସାହୁ ଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା।ପାଞ୍ଚ ହଜାର ରୁ ଅଧିକ ମହିଳା ଏହି ସମାବେଶରେ ଉପସ୍ଥିତ ଥିଲେ। ସାଂସଦ ପହଞ୍ଚିବା ବେଳେ ମହିଳା ମାନେ ସମବେତ ଭାବରେ ହୁଳହୁଳି ହରିବୋଲ ଧ୍ୱନୀରେ ତାଙ୍କୁ ସ୍ବାଗତ କରିଥିଲେ।