Odisha news

ଶିଶୁ ଅନନ୍ତ ସମ୍ମାନ ପାଇବେ ଗବେଷକ ଡ୍ ଗୋପାଳ କୃଷ୍ଣ ଦାଶ

0
ବାଲିପାଟଣା ତା ୨୨/୧୧ :  ମହାନ୍ ସନ୍ଥ ଶିଶୁ ଅନନ୍ତ ଦାସ ଙ୍କ ଜୟନ୍ତୀ ଅବସର ରେ ଆଗାମୀ ଡିସେମ୍ବର ୨୫ ତାରିଖ ରେ ତାଙ୍କର ପବିତ୍ର ପୀଠ ଶିଶୁ ମଠ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଡ୍ ଗୋପାଳ କୃଷ୍ଣ ଦାଶ ଶିଶୁ ଅନନ୍ତ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।ସେହିପରି ଶପଥ ମହାପାତ୍ରଙ୍କୁ ବାବା ମଧୁସୂଦନ ସମ୍ମାନ,ଡ୍ ରଜନୀ ରଞ୍ଜନ ଦାଶ ଙ୍କୁ ବାଲିପାଟଣା ଗୌରବ ସମ୍ମାନ,ଡ୍ ଅଜୟ ସ୍ୱାଇଁ ଙ୍କୁ କବି ଅବଦୁଲ ଓସିଦ୍ ଖାଁ ସମ୍ମାନ,ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଙ୍କୁ ବଡ଼ଭାଇ ନଦୀୟା ବିହାରୀ ସମ୍ମାନ,ଚୌଧୁରୀ ଅମିତାଭ ଦାସ ଓ ଭାରତ ଭୁଷଣ ମିଶ୍ର ଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ରେ ସମ୍ମାନିତ କରାଯିବ।ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଶିଶୁ ଅନନ୍ତ ସ୍ମୃତି ସାଂସଦ ମିଳିତ ଉଦ୍ୟମ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେବେ ବୋଲି ସଂସଦ ର ସଭାପତି ଅଭିମନ୍ୟୁ ନାୟକ,ସମ୍ପାଦିକା ତନୟା ଦାସ ଗୋସ୍ୱାମୀ ସୂଚନା ଦେଇଛନ୍ତି।
Nalco
Leave A Reply