Odisha news

ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

0
ବାଲିପାଟଣା ୧୭/୦୯ : ଆଜି ବାଲିପାଟଣା ମଣ୍ଡଳ ଉନ୍ନୟନ ଅଧିକାରୀ   ଆଦିକନ୍ଦ ବେହେରା ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ବ୍ଲକ ର ୯୧ ଗୋଟି ଟିମ୍ ପଞ୍ଜିକରଣ ହୋଇଥିବା ଦଳର ମୁଖ୍ୟ / ଗୁରୁମାନେ ଉପସ୍ଥିତ ଥିଲେ। ପ୍ରଥମେ ଉନ୍ନୟନ ଅଧିକାରୀ ନବ ନିଯୁକ୍ତ ଉପସଭାପତି ଅର୍ଜୁନ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ତାପରେ ସମସ୍ତ ଗୁରୁଙ୍କୁ ମଧ୍ୟ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ । ସ୍ୱାଗତ ଭାଷଣରେ ସରକାରଙ୍କ ଜନ ହିତକାରୀ ପରିକଳ୍ପନାକୁ କିପରି ଲୋକାଭିମୁଖୀ କରାଯିବ ତାହା ଉପରେ ବାକ୍ତବ୍ୟ ରଖିଥିଲେ। ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରୁ ସମନ୍ୱୟ ଶିଶୁ ବିକାଶ ଅଧିକାରୀଙ୍କ ସୁପରଭାଇଯର୍  , ଜିପିଇଓ  କଳ୍ପନା ସାମଲ, କମ୍ପୁଟର ପ୍ରୋଗ୍ରାମ ଅଫିସର ପ୍ରଭାତ ଜେନା, ସାମାଜିକ ସୁରକ୍ଷା ସମ୍ପ୍ରସାରଣ ଅଧିକାରୀ ଦିବ୍ୟଜ୍ୟୋତି ଭୁତିଆ, ସରକାରୀ ମେଡିକାଲର  ପିଏଚଇଓ ଶକ୍ତିଲତା ବେହେରା ପ୍ରମୁଖ ଭାଗ ନେଇ ନିଜ ନିଜ ବିଭାଗ ଉପରେ ଆଲୋଚନା କରିଥିଲେ। ସରକାରଙ୍କ ପ୍ରଦତ୍ତ  ୫ ଟି ଭିଡିଓ  ମଧ୍ୟ ଦେଖାଯାଇଥିଲା।   ଆଗାମୀ କାଲି ସ୍ଥାନୀୟ ମେଡିକାଲ ଅଫିସର, କୃଷି ଅଧିକାରୀ, ମିଶନସକ୍ତିର ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ବିଭାଗ ଉପରେ ଆଲୋଚନା କରିବେ। ଆସନ୍ତା କାଲି ଅପରାହ୍ଣରେ ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରାଯିବ।ସମସ୍ତ କଳାକାର ମାନେ ବହୁତ ଖୁସି ଥିବା ପରିଲିଖିତ ହେଉଥିଲା। ଏହି ଦୁଇ ଦିନିଆ ତାଲିମ ପରେ ପ୍ରତି ଗ୍ରାମପଞ୍ଚାୟତର  ପ୍ରତ୍ୟେକ ରାଜସ୍ୱ ଗ୍ରାମ ରେ ଏହି ଦଳମାନେ ସରକାରଙ୍କ ଆଭିମୁଖ୍ୟକୁ ଲୋକକଳା ମାଧ୍ୟମରେ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ କେଶରୀ ଦାସ , ମମାଲି ପଣ୍ଡା , ବିଦ୍ୟାଧର ନାୟକ ଏବଂ ନିର୍ବାହୀ ଅଧିକାରୀ ଦିଲ୍ଲୀପ ପ୍ରଧାନ ପରିଚାଳନା କରୁଥିଲେ।

Leave A Reply