ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ନୋଟିସରେ ବ୍ୟାପକ ଅନିୟମିତତା, ରୋଟେସନ୍ ନିୟମକୁ ଅଣ ଦେଖା କରିବା, ପଛୁଆ ବର୍ଗ ଓ ସାଧାରଣ ବର୍ଗଙ୍କୁ ସୁଯୋଗ ନମିଳିବା ଏବଂ ଉପଯୁକ୍ତ ଅଧିକାର ଦିଆ ଯାଇନଥିବା ଦର୍ଶାଇ, ଏହା ଉପରେ ପୁନଃ ବିଚାର କରିବା ପାଇଁ ଇ-ମେଲ ମାଧ୍ୟମରେ ବଣିକ ସଙ୍ଘର ସଭାପତି ବିକ୍ରମାଦିତ୍ୟ ବସ୍ତିରାୟ, କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ବ୍ଲକ କାର୍ଯ୍ୟାଳୟର ସୂଚନା ମୁତାବକ ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ମୋଟ ଜନସଂଖ୍ୟା ୪୮୮୯ ଥିବା ବେଳେ, ଅନୁସୂଚିତ ଜାତି ଜନସଂଖ୍ୟା ୨୩୩, ଜନଜାତି ସଂଖ୍ୟା ୭୭୯, ପଛୁଆ ଓ ସାଧାରଣ ବର୍ଗ ଜନ ସଂଖ୍ୟା ୩୮୭୭ରହିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପଞ୍ଚାୟତ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
Comments are closed.