Odisha news

ଜନବିକାଶ ପକ୍ଷରୁ ନିଃସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କଞ୍ଜାମେଣ୍ଡି ନୂଆଗାଁ ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜନ ବିକାଶ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟକ୍ରମ କରି ଆସୁଅଛି। ଜନବିକାଶ ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଅନୈତିକ ମାନବ ଚାଲାଣ ପ୍ରକଳ୍ପ ତରଫରୁ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମ ପଂଚାୟତରେ ଥିବା ନିଃସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା କାର୍ଯ୍ୟକ୍ରମ ହାତକୁ ନେଇଥିବା ପ୍ରକଳ୍ପ ନିର୍ଦେଶକ ମଦନ ସୁଆଲସିଂ ସୂଚନା ପ୍ରଦାନ କରିଛନ୍ତି। ଶୁଖିଲା ଖାଦ୍ୟ ହିସାବରେ ଡାଲି, ତେଲ, ଚୁଡା, ଚିନି, ଅଟା,ଓ ହରଲିକ୍ସ ପ୍ରଦାନ କରାଯାଇଥିଲା । ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରଣ ଇଲାକାରେ ରହିଥିବା ତାଜୁଙ୍ଗି ଓ ଗଦାପୁର ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଗ୍ରାମର ୯୦ଜଣ ନିଃସହାୟ ବ୍ୟକ୍ତିଙ୍କୁ ଗଦାପୁର ସରପଞ୍ଚ ଆରତୀ ମଳିକଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିବା ଜଣାପଡିଛି। ଆଗକୁ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଦୁଇ ପଞ୍ଚାୟତ ସମେତ ହାତିମୁଣ୍ଡା ପଞ୍ଚାୟତ ଅଧିନସ୍ତ ବିଭିନ୍ନ ଗ୍ରାମର ଆଉ ୨୫୦ ଜଣ ନିସହାୟକଙ୍କୁ ସଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଂଗଠନ କର୍ମୀ ଦିବ୍ୟସିଂହ ସଭାସୁନ୍ଦର କହିଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅନୁଷ୍ଠାନର କର୍ମୀ ଅରୁଣ ନାୟକ, ଦିବ୍ୟସିଂହ ସଭାସୁନ୍ଦର, ବ୍ରର୍ହ୍ମାନନ୍ଦ ନାୟକ ଓ ଶୁଶୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Govt

Comments are closed.