ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ରଣସପୁର ଠାରେ ଆନ୍ତଃ ଜିଲ୍ଲା ଭଳିବଲ ଟୁର୍ଣ୍ଣାମେଂଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ରେ ଜୟପୁର ବ୍ଳକ ଅନ୍ତର୍ଗତ ପୁଟ୍ରା ଦଳ ସହ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଶେଷରେ ଇନ୍ଦ୍ରାବତୀ ଦଳ ଫାଇନାଲରେ ବିଜୟୀ ହୋଇଥିଲେ।ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଧାଂଶୁ ଶେଖର ଜେନା ଯୋଗ ଦେଇ ବିଜୟୀ ଦଳ ଟ୍ରଫି ପ୍ରଦାନ କରିଥିଲେ।ଅନ୍ୟ ଅତିଥି ଭାବେ ସଦା ଗଣ୍ଡା, ଅମର ଲାଲ ଆହୁଜା, ଜି.ମୋହନ ଦୋରା, ଗୌର ଦାସ, ପାପାଲା ତ୍ରିପତି ଯୋଗ ଦେଇ ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ପ୍ରକାଶ ଥାଉକି ଗତ ୩ ତାରିଖ ରୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୧୬ ଗୋଟି ଦଳ କୁ ନେଇ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା।ରଣସପୁର ଗ୍ରାମର ଶିବ ଶକ୍ତି ଗ୍ରୁପ ଭଳିବଲ ଟୁର୍ଣ୍ଣାମେଂଟ କୁ ପରିଚାଳନା କରିଥିଲେ।

Comments are closed.