Odisha news

କରୋନା ଯୋଦ୍ଧାଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା କିଟ୍ ପ୍ରଦାନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟ ପରିସରରେ ଶାନ୍ତିମୈତ୍ରୀ ଓ ଗୁଞ୍ଜ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଗ ଧାଡ଼ିର କରୋନା ଯୋଦ୍ଧା ସଫେଇ କର୍ମଚାରୀ ଓ ଆଶା କର୍ମୀମାନଙ୍କୁ କରୋନା କିଟ୍ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫେଇ କର୍ମଚାରୀ ଓ ଆଶାକର୍ମୀ ମାନଙ୍କୁ କିଟ୍ ପ୍ରଦାନ କରିବା ସହ ଏହାର ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ ।ଅନୁଷ୍ଠାନ ପକ୍ଷରୁ ୪୯ଜଣ ସଫେଇ କର୍ମଚାରୀ ଓ ବାଲିଗୁଡ଼ା ଏନ୍ଏସି ଅଧିନରେ ଥିବା ସମସ୍ତ ଆଶା କର୍ମୀମାନଙ୍କୁ ଏହି କିଟ୍ ପ୍ରଧାନ କରାଯାଇଛି ।

ଏହି କିଟ୍ ମାଧ୍ୟମରେ ପଲ୍ସ ଅକ୍ସିମିଟର,ଥର୍ମ ସ୍କାନର, ଡିଜିଟାଲ ଥର୍ମୋମିଟର,ମାସ୍କ,ସାନିଟାଇଜର,ଗ୍ଲୋବ୍ସ ଆଦି ପ୍ରଦାନ କରାଯାଇଛି । ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ବେସ୍ ପ୍ରସଂଶା କରିଛନ୍ତି ସଫେଇ କର୍ମଚାରୀ ଓ ଆଶାକର୍ମୀ l ଘରକୁ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇବାବେଳେ ଏହିସବୁ ସାମଗ୍ରୀ ଆମର ବହୁତ କାମରେ ଆସିବା ସହ ଆମେ ଆହୁରି ଭଲଭାବେ ଲୋକଙ୍କୁ ସେବା ଯୋଗାଇପାରିବୁ ଏବଂ ମହାମାରୀ କରୋନାକୁ ମାତ୍ ଦେଇପାରିବୁ ବୋଲି କହିଛନ୍ତି ଆଶାକର୍ମୀ । ସେପଟେ ଏଭଳି କାର୍ଯ୍ୟକ୍ରମ ଆମର ଆଗକୁ ମଧ୍ୟ ଜାରୀ  ରହିବ ବୋଲି ଶାନ୍ତିମୈତ୍ରୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ପ୍ରକାଶ କରିଛନ୍ତି ।

Comments are closed.