Odisha news

ଭାରତବନ୍ଦ ଡାକରା ବାଲିଗୁଡାରେ ପ୍ରଭାବଶୂନ୍ୟ

0

ବାଲିଗୁଡା.ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ବାଲିଗୁଡା ସହରରେ ବନ୍ଦ ପ୍ରଭାବଶୂନ୍ୟ ଦେଖିବାକୁ ମିଳିଥିଲା। ଅଞ୍ଚଳରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, କୋର୍ଟ କାର୍ଯ୍ୟ ସ୍ବାଭାବିକ ରହିଥିଲା। ଏହା ସହିତ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ସ୍ବାଭାବିକ ପରିଲକ୍ଷିତ ହୋଇଥିଲା। ବନ୍ଦ ଡାକରାକୁ  ଦୃଷ୍ଟିରେ ରଖି ବାଲିଗୁଡା ମା’ପାଟଖଣ୍ଡା ଘରୋଇ ବସ ମାଲିକ ସଂଘ ବସ ଚଳାଚଳ ବନ୍ଦ ରଖିଥିଲା, କେତେକ ଯାତ୍ରୀ ଏହା ଜାଣି ନପାରି ହଇରାଣ ହରକତ ହୋଇଥିଲେ l ଏବଂ ଦୋକାନ ବଜ଼ାର ସମ୍ପୂର୍ଣ୍ଣ ଖୋଲା ରହିଥିଲା l ଶାନ୍ତି ଶୃଙ୍ଖଳା ଦୃଷ୍ଟିକୁ ଆଖି ଆଗରେ ରଖି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ସ୍ଥାନେ ସ୍ଥାନେ ପୋଲିସ ମୁତୟନ କରାଯାଇଥିଲା ।

Govt
Leave A Reply