Odisha news

ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ର ଙ୍କ ୧୦୬ ବୟସରେ ପରଲୋକ  

0
ବାଲିଗୁଡା, ତା, ୨୭/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ୍ ଏ ସି ର ସର୍ବ ବୃହତ୍ତମ ସାହି ଅନ୍ତର୍ଗତ ବାଲିଗୁଡା ନୂଆସାହି ନିବାସୀ ର ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ର ଙ୍କ  ବୁଧବାର ସକାଳ ଦଶ ଘଟିକା ସମୟ ରେ ନୂଆସାହି ସ୍ଥିତ ନିଜ ବାସ ଭବନରେ ବିୟୋଗ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ହୋଇଥିଲା l ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ପଦ୍ମନ ପାତ୍ର ନାତିଆ ଜଗନ୍ନାଥ ପାତ୍ର ଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ l ଗାଁ ମଶାଣି ରେ ବଡ଼ପୁଅ ପଦ୍ମନ ପାତ୍ର ମୁଖଗ୍ନୀ ଦେଇଥିଲେ l କୁଦ ପାତ୍ର ଙ୍କ ବିୟୋଗ ଖବର ପାଇ ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ଆସି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେ ଜଣେ ପରୋପକାରୀ  ଧର୍ମପରାୟଣ ମିଷ୍ଟଭାଷୀ ହୋଇ ଥିବାରୁ ବାଲିଗୁଡା ଅଞ୍ଚଳରେ  ଶୋକର ଛାୟାଖେଳି ଯାଇଛି l
Govt
Leave A Reply