ବାଲିଗୁଡା, ତା, ୦୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ମଣ୍ଡଳ ବିଜେପି ପକ୍ଷରୁ ପାର୍ଟିର ୪୭ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମା’ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ପାଳନ ହୋଇଯାଇଥିବା ଅବସରରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଉକ୍ତ ରକ୍ତଦାନ ଶିବିର ଟିକୁ ପରିଚାଳନା କରିବା ନିମନ୍ତେ ଫୁଲବାଣୀ ରେଡ଼କ୍ରସ ତରଫରୁ ଡ଼ା. ବଡ଼ସେଠ ଏବଂ ତାଙ୍କ ସାତ ଜଣିଆ ସହାୟକ ଦଳ ଉପସ୍ଥିତ ଥିବାବେଳେ ମୋଟ ୨୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଫୁଲବାଣୀ ବିଧାୟକ ତଥା କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦିବ୍ୟ ରଞ୍ଜନ ଡାକୁଆ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ମଣ୍ଡଳ ପ୍ରଭାରୀ କୈଳାସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଟିକାବାଲି ମଣ୍ଡଳ ସଭାପତି କପିଳାସ କହଁର ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ଟିକାବାଲି କାର୍ଯ୍ୟକର୍ତ୍ତା ମାନଭଞ୍ଜନ ବେହେରା, ରାଜ କିଶୋର ପ୍ରଧାନ, ଲିଙ୍ଗରାଜ ନାୟକ, ସାଇରମ ବେହେରା, ସୁମନ୍ତ କୁମାର ନାୟକ, ସୁଶାନ୍ତ ନାୟକ, ବଳବନ୍ତ ବେହେରା , ଗିରିଶ ପ୍ରଧାନ, ମିଥୁନ କହଁର, ଯୁବରାଜ ଦେହୁରୀ, କବିରାଜ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ I ବିଜେପି ର ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ବିଜେଡି ସରପଞ୍ଚ ଗୋକୁଳା ନନ୍ଦ ପ୍ରଧାନ, ବିଜେଡି କର୍ମି ମାଧବ ଦିଗାଳ, ଅବସର ପ୍ରାପ୍ତ ଜିପିଓ ପ୍ରଶାନ୍ତ କୁମାର ବେହେରା, ସଂଜୀବ କୁମାର ମିଶ୍ର ଓ ବହୁ ବିଜେଡି କର୍ମୀ ବିଜେପି ରେ ସାମିଲ ହୋଇଥିଲେ l