ବାଲିଗୁଡା, ତା, ୨୯/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ କାର୍ଯ୍ୟ କରୁଥିବା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ସାରଙ୍ଗଗଡ଼ର ମାଦିଗୁଡା ସଂସ୍କୃତି ଭବନ ଠାରେ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଜୀବିକା ସୁରକ୍ଷା ମଞ୍ଚ ସଦସ୍ୟ ଓ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ଗ୍ରାମକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ଗାଁ ଗୁଡ଼ିକରେ ଥିବା ନଳ କୂପ ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ସଙ୍କଟର ସ୍ଥାୟୀ ସମାଧାନ,ବାଦ୍ଧକ୍ୟ ଭତ୍ତା ଓ ଅଞ୍ଚଳରେ ଗମନାଗମନ ସମସ୍ୟାର ସମ୍ମୁଖୀନ ହେଉଥିବା ଭଳି ଦାବି ଗୁଡ଼ିକ ଉପରେ ଆଲୋଚନା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଆଗାମୀ ଦିନରେ ଉକ୍ତ ଦାବିଗୁଡିକୁ ସଂଗଠନ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଓ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ସଂଯୋଜକ ସିଦ୍ଧେଶ୍ବର ନାୟକ ସଂଯୋଜନା କରିଥିବା ବେଳେ ଓ ରାଜ୍ୟ ଶାଖା ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ ଯୋଗଦେଇ ସଂଗଠନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ଜନ ସାଥୀ ଲଛମା ବିଷୋୟୀ,ସଦସ୍ୟ ପ୍ରଦୀପ ଦଳବେହେରା, ସିନାଲା ପ୍ରଧାନ, ଚୌଧୁରୀ ପ୍ରଧାନ,ଦିଲ୍ଲୀପ ପୂଜାରୀ, ରାଜୀବ ପ୍ରଧାନ, ଶିବ ଶଙ୍କର ମଲ୍ଲିକ, ସାନନ୍ଦ ଦିଗାଲ, ରବିନ୍ଦ୍ର ଦିଗାଲ ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।