Odisha news

ବାଲିଗୁଡା ରେ କଟକ ର ବୁଲା ବ୍ୟବସାୟୀଙ୍କ ମୃତ୍ୟୁ

0
ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ରେ ବୁଲା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି l ପ୍ରକାଶ ଯେ, ରାତ୍ରି ଭୋଜନ ସାରି ଲର୍ଜରେ ଶୋଇଥିବା ବେଳେ ଭୋର୍ ସକାଳୁ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବ୍ୟବସାୟୀ । ଲର୍ଜ କର୍ମଚାରୀଙ୍କ ସହାୟତାରେ ଡ଼ାକ୍ତରଖାନା ନେଲେ ସହଯୋଗୀ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କିନ୍ତୁ ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ପ୍ରକାରେ କଟକ ଦିଓ୍ବାନ୍ ବଜାର ଅଞ୍ଚଳର ଦୁଇଜଣ ସାଙ୍ଗ ସେଖ୍ ଜାଭିୟର ଓ ମହମ୍ମଦ ହକିମ୍ ବୈଦ୍ଧ, ଫୁଲବାଣୀ ଅଞ୍ଚଳରେ ବ୍ୟବସାୟ କରିବା ପରେ ଗତ ସୋମବାର ଦିନ ବାଲିଗୁଡ଼ା ଆସି ସନ୍ତୋଷ ଲର୍ଜରେ ରହିଥିଲେ । ଅଞ୍ଚଳର ବିଭିନ୍ନ ଗାଁ ବୁଲି ବିଭିନ୍ନ ଚକଲେଟ୍ ଓ ବିସ୍କୁଟ୍ ହୋଲ୍ ସେଲ୍ ଦରରେ ବିକ୍ରୀ କରୁଥିବା ବେଳେ ଶନିବାର ଦିନ ବ୍ୟବସାୟ ସାରି ଲର୍ଜକୁ ଫେରିବା ପରେ ରାତ୍ରି ଭୋଜନ ପରେ ଉଭୟ ଶୋଇଥିଲେ । ରବିବାର ଭୋର୍ ସକାଳୁ ହଠାତ୍ ସେଖ୍ ଜାଭିୟରଙ୍କ ଦେହ ହୋଇଥିଲା ହୋଇଥିଲା । ଫଳରେ ଲର୍ଜ କର୍ମଚାରୀଙ୍କ ସହାୟତାରେ ସେଖ୍ ଜାଭିୟରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସହଯୋଗୀ ମହମ୍ମଦ ହକିମ୍ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ସେଖ୍ ଜାଭିୟରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମୃତ ସେଖ୍ ଜାଭିୟର ପୂର୍ବରୁ ହାର୍ଟ, ଡାଇବେଟିସ୍ ଓ ରକ୍ତଚାପ ଭଳି ରୋଗରେ ପିଡ଼ିତ ଥିବା ସହ ଔଷଧ ମଧ୍ୟ ଖାଉଥିଲେ ବୋଲି କହିଛନ୍ତି ସହଯୋଗୀ ମହମ୍ମଦ ହକିମ୍ । ସେପଟେ ଖବରପାଇ ଉପଖଣ୍ଡ ଚିକିତ୍ସାଳୟରେ ବାଲିଗୁଡ଼ା ପୋଲିସ୍ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଥିଲେ ।
Leave A Reply