ବାଲିଗୁଡ଼ା(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ଡ଼ୁଲୁରୀ ପାଇନ ବଣ ସମେତ ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତରେ ପର୍ଯ୍ୟଟକ ମାନେ ବଣଭୋଜି କରି ମଜା ନେଇଥିଲେ। ସାଙ୍ଗସାଥୀ ପରିବାର ବନ୍ଧୁ ବର୍ଗଙ୍କ ସହ ଦାରିଙ୍ଗବାଡ଼ି ଆସି ଏହି ବଣ ଭୋଜି କରିଥିବା ଜଣାପଡ଼ିଛି। ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି ଦିଆଯାଇଥିଲା। ବିଦ୍ୟୁତ ରକ୍ଷଣାବେକ୍ଷଣ ପାଇଁ ଏଭକି ବିଦ୍ୟୁତ୍ କାଟ କରାଯିବାକୁ ପୂର୍ବ ସୂଚନା ମୁତାବକ କରାଯାଇଥିଲା, କିନ୍ତୁ ସକାଳ ୮ଟାରୁ କଟାଯାଇଥିବା ବିଦ୍ୟୁତ୍ ସନ୍ଧ୍ୟା ୫ଟା ପରେ ମଧ୍ୟ ଆସି ନ ଥିବାରୁ ହିଲଭିୟୁ ପାର୍କରେ ଶତାଧିକ ପର୍ଯ୍ୟଟକ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଉଦ୍ଦେଶ୍ୟ ରହିଥିଲା ଶିଶୁ ପର୍ଯ୍ୟଟକଙ୍କୁ ଟୟ ଟ୍ରେନରେ ବୁଲାଇବା ଓ ନୂତନ ଭାବେ ସ୍ଥାପନ ହୋଇଥିବା ମ୍ୟୁଜିକାଲ ଫାଉଣ୍ଟେନ ତଥା ରଙ୍ଗବେରଙ୍ଗ ଆଲୁଅରେ ମ୍ୟୁଜିକ୍ ଫାଉଣ୍ଟେନକୁ ଦର୍ଶକ ତଥା ପର୍ଯ୍ୟଟକ ମଜା ନେବେ। କିନ୍ତୁ ଏଥିରେ ମଜା ନେବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ ଓ ନିରାଶରେ ଫେରୁଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ହିଲଭିୟୁ ପାର୍କକୁ ଆସିଥିବା ଶହ ଶହ ପର୍ଯ୍ୟଟକ ନିରାଶ ହୋଇଛନ୍ତି। ବିଡିଓ ଏନେଇ ବିଦ୍ୟୁତ ବିଭାଗକୁ ଶୀଘ୍ର ବିଦ୍ୟୁତ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ
