Odisha news

ବାଲିଗୁଡା : ନିଆଁ ଲାଗି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ,କାରଣ ଅସ୍ପଷ୍ଟ

0

ବାଲିଗୁଡା,15/7 : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜନପାଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ରାଜନପାଙ୍ଗା ଗ୍ରାମର ପ୍ରକାଶ ପ୍ରଧାନଙ୍କ ପତ୍ନୀ ଲିଚୁମା ପ୍ରଧାନ ଏବଂ ଗୁରୁତରଆହତ ଜଣକ ହେଲେ ପ୍ରକାଶ ପ୍ରଧାନ।

ସୂଚନା ମୁତାବକ ଘଟଣାଟି ଗତ ରାତି ପ୍ରାୟ ୧୧ଟା ସମୟରେ ରାଜନପାଙ୍ଗା ଗ୍ରାମର ପ୍ରକାଶ ପ୍ରଧାନଙ୍କ ପତ୍ନୀ ଲିଚୁମାଙ୍କ ଦେହରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ସ୍ୱାମୀ ପ୍ରକାଶ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇଥିଲେ ବୋଲି ସୂଚନା ମିଳିଛି । ଫଳରେ ସେ ମଧ୍ୟ ଗୁରୁତର ହୋଇଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସ୍ତ୍ରୀ ଲିଚୁମାର ଶରୀରର ଅଧିକାଂଶ ପୋଡ଼ିଯାଇଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲିଚୁମାଙ୍କର ମୃତ୍ୟୁ ଘଟିଥିଲା।

Ad2
Leave A Reply