ବାଲିଗୁଡା, ତା, ୦୫/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଜରି ପଲିଥିନ ଓ ପ୍ଲାଷ୍ଟିକ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଜରି ପଲିଥିନ ପ୍ଲାଷ୍ଟିକ ର ବ୍ୟବହାର ରୋକିବା ଆଦିତ୍ୟ ବିର୍ଲା ଆଲୁମିନିୟମ କାରଖାନା ସୌଜନ୍ୟତା ରେ ସହଯୋଗୀ କାର୍ଯ୍ୟକାରୀ ସଂସ୍ଥା ମୁକ୍ତା ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟମରେ ସଂସ୍ଥା ର ମୁଖ୍ୟ ନାଗେଶ୍ଵର ଖୋସଲା ଙ୍କ ନେତୃତ୍ବ ରେ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡାର ଏକ ଦଶ ଜଣିଆ ଟିମ୍ କୋରାପୁଟ ଓ ରାୟଗଡା ଜିଲ୍ଲାର କମ୍ପାନୀ ପ୍ରଭାବିତ ଅଞ୍ଚଳ ର ୩୬ ଗୋଟି ଉପାନ୍ତ ଗାଁ ରେ ପହଞ୍ଚି ଜରି ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ କି ଭଳି ପ୍ରଦୂଷଣ ବୃଦ୍ଧି ହେଉଛି ଏବଂ ଏହାର କୁ ପ୍ରଭାବ ପ୍ରକୃତି ଓ ମାନବ ସମାଜ ଉପରେ ପଡୁଛି ସେ ନେଇ l ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ l ବାଦ୍ୟ ଯନ୍ତ୍ରରେ ବିଜୟ ଆମୟତ, ସଂଗୀତ ରେ ସଚିଦା ନନ୍ଦ ପାତ୍ର ପରିଚାଳନା କରିଥିବା ବେଳେ ବିଭିନ୍ନ ଭୂମିକାରେ ବୁନା, ଦିଲ୍ଲୀପ, ଟିକି ଦଣ୍ଡିଆ, ଭାଗିରଥି, ଜଗନ୍ନାଥ ବିନ୍ଦିଆ, ଦୀପ୍ତିମୟୀ ପ୍ରମୁଖ ଉପସ୍ଥିତ ରହି ନିଖୁଣ ଅଭିନୟ କରିଥିଲେ l
