ବାଲିଗୁଡା,୧୨/୭-; ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁରେ ରବିଋତୁରେ ଧାନଚାଷ କରିଛନ୍ତି ଚାଷି । ସମଗ୍ର କନ୍ଧମାଳ ଜିଲ୍ଲାରେ ମଲଣ୍ଡାଗାଁ ଅଂଚଳରେ ହିଂଁ ରବିଋତୁ ଧାନ ଚାଷ ହେଉଛି । ଚାଷି ମାନଙ୍କ ଧାନ କ୍ରୟ କରିବା ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଛନ୍ତି କିନ୍ତୁ ଲ୍ୟାମ୍ପ ଏମଡି ଓ ମିଲର ଙ୍କ ମନମୁଖି କାର୍ଯ୍ୟ ପାଇଁ ଚାଷି ହେଉଛନ୍ତି ହନ୍ତସନ୍ତ । ଲଣ୍ଡାଗାଁରେ ଗତ ମାସ ୨୮ ତାରିଖରୁ ଖୋଲିଛି ମଣ୍ଡି ହେଲେ ଆଜି ପର୍ଯ୍ୟନ୍ତ ଯାହାକି ୧୫ ଦିନରୁ ଉର୍ଦ୍ଦ ହେଲାଣି ମାତ୍ର ୨୫ଜଣ ଚାଷି ଙ୍କ ଠାରୁ ଧାନ ବିକ୍ରିକରିଛନ୍ତି । ଯ୍ାହାକି ଏହି ଅଂଚଳରେ ୧୨୦ଜଣ ଚାଷି ମଣ୍ଡିରେ ଧାନବିକ୍ରି କରିବାକୁ ପଂଜିକରଣ କରିଛନ୍ତି । ବର୍ତମାନ ବର୍ଷାଋତୁ ଆସିଲାଣି ଓ ବର୍ଷା ହେଲାନି । ଚାଷି ମାନେ ନିଜ ଧାନକୁ ଚିନ୍ତାରେ ଅଛନ୍ତି । କାରଣ କଷ୍ଟକରି ବିଲରେ ଧାନ ଅମଳ କଲେ କିନ୍ତୁ ବିକ୍ରି ନକରି ପାରି ନିଜ ଘରେ ଧାନ ରଖିଛନ୍ତି ଓ କେତେ ଚାଷି ନିଜଘରେ ଧାନ ରଖିବାକୁ ଜାଗା ନଥିବାରୁ ସେମାନେ ମଣ୍ଡ ପରିସରିରେ ଖୋଲାଆକାଶ ତଳେ ରଖିଛନ୍ତି ଯାହାକି ମଣ୍ଡି ରେ ଧାନ କିଣା ବିଳମ୍ବ କରୁଛନ୍ତି ତ ନିଜ ଧାନକୁ ବର୍ଷା ପାଣି ରୁ କିପରି ରକ୍ଷା କରିବେ ଓ କେଉଁଠି ରଖିବେ ତାକୁ ନେଇ ଚିନ୍ତାରେ ଚାଷି । ଲଣ୍ଡାଗାଁ ଚାଷି ମହଲରେ ଦାବୀ ହେଉଛି ଯେ ଯେତିକି ଚାଷି ଧାନ ବିକ୍ରିକରିବାକୁ ମଣ୍ଡିରେ ପଂଜିକରଣ କରିଛନ୍ତି ସେମାନଙ୍କ ଠାରୁ ଅତିଶିଘ୍ର ଧାନ କିଣନ୍ତୁ । ଉପଖଣ୍ଡପ୍ରଶାସନ ଓ ଜିଲ୍ଲାପ୍ରଶାସନ ଲ୍ୟାମ୍ପର ଏମଡି ଓ ମିଲରଙ୍କୁ ନିଦର୍ଦେଶ ଦିଅନ୍ତୁ ଚାଷିଙ୍କ ଠାରୁ ଶିଘ୍ର ଧାନ କିଣିବାକୁ । ଏହାକୁ ନେଇ ଲ୍ୟାମ୍ପ ଏମଡି ଶ୍ୟାମ ବେହେରାଙ୍କୁ ଯୋଗାଯୋଗ କରିବାରୁ ଯୋଗା ହେଇପାରୁନି ।