ବାଲିଗୁଡା,୧୨/୭-; ରାଜ୍ୟ ସରକାରଙ୍କ ଏକବର୍ଷ ପୁର୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୁର୍ତି ଅବସରରେ ଡବଲ ଇଂଜିନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣିକାରୀ ଯୋଜନା ଗୁଡିକ ସର୍ମ୍ପକରେ ସାଧାରଣ ଜନତାଙ୍କୁ ଜଣାଇବା ପାଇଁ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ଗାଁଗାଁରେ ପହଁଚେଇବା ପାଇଁ ବିକାଶ ବାହାନ ରଥକୁ ବାଲିଗୁଡା ବ୍ଲକ ପରିସରରେ ଉଦଘାଟନ କରା୍ୟାଇଛ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସାଂସଦ ପ୍ରତିନିଧି ରଂଜିତ ସାହୁ, ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, , ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ,ବିଡିଓ ଅକ୍ଷୟ ମଲ୍ଲିକ, ବିଜେପି ନଗର ସଭାପତି ମନୋଜ ରଥ, ଜିଲ୍ଲା ଉପସଭାନେତ୍ରୀ ସୁଷମା ବେହେରା ୍ପ୍ରମୁଖ ଉପସ୍ଥିତ ଥିଲେ । ବାଲିଗୁଡା ବ୍ଲକର ୧୪ ପଂଚାୟତର ସମସ୍ତ ଗାଁଗାଁକୁ ୍ ଯାଇ ଏହି ରଥ ଲୋକଙ୍କୁ ସଚେତନତା କରାଇବ ଓ ସରକାରଙ୍କ ସମସ୍ତ ଯୋଜନା କହିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ଲୋକଙ୍କ ପାଖରେ ପହଁଚାଇବ ।