Odisha news

ପୁଣି ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ :ମୋବାଇଲ ସହ ଟଙ୍କା ଜବତ ୭ ଜୁଆଡ଼ି ଗିରଫ

0

ବାଲିଗୁଡା: ଦେଶରେ କରୋନା ମହାମାରୀ ଚାଲିଥିବାବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିର୍ବିଘ୍ନରେ ଜୁଆ ଖେଳ ଚାଲିଛି । ଗତ ସୋମବାର ଦିନ ଘୁ.ଉଦୟଗିରିର ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୧ ଲକ୍ଷ ୩୫ ହଜାର ଟଙ୍କା ଜବତ କରିବା ପରେ ପୁଣି ମଙ୍ଗଳବାର ରାତିରେ ସେହି ଅଞ୍ଚଳର ଆଉ ଏକ ଜୁଆ ଖେଳ ଉପରେ ଚଢ଼ାଉ କରି ୪୦,୨୦୦ ଟଙ୍କା ସହ ମୋବାଇଲ ଜବତ  କରିଛି ଘୁ.ଉଦୟଗିରି ପୋଲିସ ।  ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି ।

ମଙ୍ଗଳବାର  ରାତିରେ ପାଟ୍ରୋଲିଂ କରୁ ଥିବା ସମୟରେ ସ୍ଥାନୀୟ ଥାନା ଆଇଆଇସି ନରେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଆଗକୁ କୁମାର ପୂର୍ଣ୍ଣିମା ଥିବା ଯୋଗୁଁ ଜୁଆ ଖେଳ ବଢ଼ିବାରେ ଲାଗିଛି ।  ସ୍ଥାନୀୟ ଆଇଆଇସି ମଧ୍ୟ ‘ମିଶନ ଜୁଆ’ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି । ଜୁଆ ଖେଳକୁ ଜମା ପ୍ରଶୟ ଦିଆଯିବ ନାହିଁ ଏବଂ ଜୁଆଡ଼ି ଙ୍କୁ ସାବାଡ଼ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଥାନା ଆଇଆଇସି  ନରେଶ କୁମାର ସାହୁ ।

Leave A Reply