Odisha news

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ବର୍ଷ ଦେଶ ପାଳିବ ୭୫ ତମ ଜନରାଜ୍ୟ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ୭୫ ତମ ଜନରାଜ୍ୟ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ୭୫ ତମ ଜନରାଜ୍ୟ ଦିବସ ବାଲିଗୁଡା ଉପଖଣ୍ଡରେ କିଭଳି ସୁରୁଖୁରୁରେ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଜନରାଜ୍ୟ ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ସମ୍ବନ୍ଧରେ ଆଲୋଚନା କରିବା ସହ ସେସବୁକୁ ପରିଚାଳନା କରିବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦାୟିତ୍ଵ ଦିଆଯିବା ସହ ପ୍ୟାରେଡ଼ ପଡିଆ ସାଜସଜ୍ଜା, ରାସ୍ତାଘାଟ ସଫାସୁତୁରା, ସ୍ବାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ସଠିକ୍ ଭାବେ ସଂଚାଳନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏଥିରେ ବାଲିଗୁଡ଼ାର ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଆସନ୍ତା ୧୬ ତାରିଖରୁ ଜନରାଜ୍ୟ ଦିବସ ଉପଲକ୍ଷେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ୨୫ ତାରିଖ ଦିନ ସକାଳ ୭ଟା ସମୟରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ମିନିମାରାଥନ୍ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ଏବଂ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିନିମାରାଥନ୍ ଶେଷ ହେବାକୁ ନିଷ୍ପତ୍ତି ହୋଇଛି ।ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା ପରିଚାଳନା କରିଥିଲେ ।
Govt
Leave A Reply