ବାଲିପାଟଣା ତା୧୭/୧୨ : ଆଜି ପୂର୍ବାହ୍ନ ରେ କବୟତ୍ରି ବୈଜୟନ୍ତୀ ସାହୁ ଙ୍କ ନିଜ ଗ୍ରାମ ଦୋରବାଙ୍ଗ ଠାରେ ତାଙ୍କ ଲିଖିତ ‘ଦେବୋପମ ଦୋରବାଙ୍ଗ’ କବିତା ପୁସ୍ତକ ତାଙ୍କ ବୋଉ ଉର୍ମିଳା ସାହୁ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଭାଷା ଆନ୍ଦୋଳନ ର ପ୍ରବକ୍ତା ପ୍ରଦ୍ୟୁମ୍ନ ଶତପଥୀ,ବ୍ୟଙ୍ଗକବି ଶ୍ରୀ ସତ୍ୟାନାଶ,ଗ୍ରାମ ମୁଖିଆ ହଟ କିଶୋର ସ୍ୱାଇଁ,ଘନଶ୍ୟାମ ନାୟକ,ଅଧ୍ୟାପକ ଭବାନୀ ଶଙ୍କର ଦାଶ, ପ୍ରାଚୀ ଧାରା ର ସମ୍ପାଦକ ଭଗବାନ ସାହୁ ପ୍ରମୁଖ ଯୋଗଦେଇ ଥିଲେ।ଗୀତାଶ୍ରୀ ପ୍ରିୟମ୍ବଦା ଅତିଥି ପରିଚୟ ପ୍ରଦାନ କରିଥିଲେ।ଆୟୋଜିତ କବିତା ପାଠୋତ୍ସବ କୁ କ୍ଷଣପ୍ରଭା ମହାନ୍ତି ଓ ସୁଜାତା ଦାସ ସଂଯୋଜନା କରିଥିଲେ।ଏହି ଅବସରରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିମନ୍ୟୁ ନାୟକ କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ। ଗ୍ରାମବାସୀଙ୍କ ସମେତ ବହୁ କବି,ସାହିତ୍ୟିକ,ସୃଜନ ପ୍ରେମୀ ଏଥିରେ ଯୋଗ ଦେଇଥିଲେ।