Odisha news

ଫ୍ରେଣ୍ଡସ କ୍ଲବ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ସ୍ଥିତ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ସନ୍ଥଶ୍ରୀ ଆସାରାମ ବାପୁ ମହାବିଦ୍ୟାଳୟ ପରିସରରେ ବୀରମହାରାଜାପୁର ନିକଟସ୍ଥ ପଣ୍ଡାପାଲି ଅଞ୍ଚଳର ର ଲୋପ୍ରା ମହାନଦୀ ଆଇ ହସପିଟାଲ ତରଫରୁ କୋଟଗଡ଼ ଠାରେ ୧୧୦ ଜଣଙ୍କର ମାଗଣାରେ ମୋତିଆ ବିନ୍ଦୁ ଓ ଚକ୍ଷୁ ପରୀକ୍ଷା କରାଯାଇଥିଲା l ଏଥିରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଯୋଗୀ ରାଜଜୀ, ବ୍ଲକ ଉପ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ଭାଟ,ପ୍ରକାଶ ସୁବୁଦ୍ଧି, ଶିକ୍ଷକ ରମେଶ ଦଣ୍ଡସେନା , ଯୁବ ସମାଜ ସେବୀ ବୁଲୁ ମଲିକ, ମହାବିଦ୍ୟାଳୟର ଅଧ୍ୟକ୍ଷା ପିଙ୍କୁ ପ୍ରଧାନୀ, ପ୍ରେଣ୍ଡସ୍ କ୍ଲବ ସକ୍ରିୟ ସଦସ୍ୟ ମନୋଜ କୁମାର ଗାଉଁଟିଆ,ବିଭୁତି ନାୟକ ,ଗୋପାଳ ନାୟକ,ମଥୁରାମ ପ୍ରଧାନ, ସିଦ୍ଧାନ୍ତ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Nalco
Leave A Reply