Odisha news

କରୋନା କୁ ନେଇ ବାଲିଚନ୍ଦ୍ରପୁର ପୋଲିସର ଅଭିନବ ପଦକ୍ଷେପ , ଦଣ୍ଡ ଅପେକ୍ଷା ସଚେତନତା କୁ ଗୁରୁତ୍ୱ

0

ଉଦୟଗିରି(ସ.ବୁ୍ୟ)ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା କୁ ନେଇ ସମସ୍ତେ ଚିନ୍ତିତ । ଯାହା ପାଇଁ ସାରା ଦେଶ ଏବେ ଲକଡାଉନରେ । ତେବେ ବିଭିନ୍ନ ସ୍ଥାନରେ ଲକଡାଉନ ନିୟନ ଉଲଙ୍ଘନ ଓ ରାଜ୍ୟ ବାହାର ଓ ବିଦେଶ ଫେରନ୍ତା ମାନେ ମଧ୍ୟ ସରକାରୀ ନିୟମକୁ ଉଲଙ୍ଘନ କରୁଥିବା ଦେଖାଦେଇଛି । ଏଥିପାଇଁ ସାରା ଦେଶରେ ପୋଲିସ ଏବେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛିା ତେବେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପୋଲିସ ଏବେ ଦଣ୍ଡ ଅପେକ୍ଷା ସଚେତନତାକୁ ଅଧିକ ଗୃରୁତ୍ୱ ଦେଇଛି ଯାହ ବେଶ ଫଳପ୍ରଦ ହୋଇଛି । ଏହା ଯୋଗୁ ଏହି ଥାନା ଅନ୍ତର୍ଗତ ବିଭିନ୍ନ ବିଭିନ୍ନ ବଜାର ଘାଟରେ ଲୋକେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଥିବା ଦେଖାଯାଇଛି । ଥାନାଅଧିକାରୀ ସୁକାନ୍ତ ପାତ୍ର ଙ୍କ ଏପରି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରେ ବେଶ ପ୍ରସଂଶା ମଧ୍ୟ କରାଯାଇଛି । ପୋଲିସ ପକ୍ଷରୁ ପ୍ରାରମ୍ଭରେ ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ବାଲିଚନ୍ଦ୍ରପୁର ବଜାରର ଦୋକାନୀ ମାନଙ୍କୁ ବ୍ୟାପକ ଭାବେ ସଚେତନ କରିବା ସହିତ ବାଲିଚନ୍ଦ୍ରପୁର ବଜାରର ମଧ୍ୟ ଭାଗରେ ଥିବା ପରିବା ମାର୍କେଟ ବାଇପାସ ଛକକୁ ସ୍ଥାନାନ୍ତରିତ କରି ବଜାରରୁ ଲୋକଙ୍କ ଭିଡ କମାଇଥିଲା । ସେହିପରି ପ୍ରତ୍ୟେକ ଗ୍ର୍ରାମରେ ପୋଲିସ ପହଞ୍ଚି ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳୁଛି । ୨୨ ଗୋଟି ପଞ୍ଚାୟତରେ କଡା ପାଟୋ୍ରଲିଙ୍ଗ ସାଙ୍ଗକୁ ସଚେତନତାର ବାର୍ତ୍ତା ଯୋଗୁ ଜନସାଧରଣ କରୋନାକୁ ନେଇ ବେଶ ସଚେତନ ଥିବା ବାରିହୋଇପଡୁଛି । ବାଲିଚନ୍ଦ୍ରପୁର ଅଞ୍ଚଳର ବିଶେଷ ଜନଗହଳି ସ୍ଥାନ ଯଥା ବାଲିଚନ୍ଦ୍ରପୁର ବଜାର, ଚାରିନଙ୍ଗଳ ବଜାର, ବାଲିକୁଦା ବଜାର , ଗୋାପଳପୁର ଆଦି ସ୍ଥାନ ମାନଙ୍କର ପୋଲିସ ପକ୍ଷରୁ ସ୍ୱେଚ୍ଛାସେବୀ ମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ନେଇ ଭିନ୍ନ ଭିନ୍ନ ଟିମ ଗଠନ କରାଯାଇଛି । ଯେଉଁମାନେ ରାଜ୍ୟ ବାହାରୁ ଓ ବିଦେଶ ଫେରନ୍ତା ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ହୋମ କ୍ୱାରେନ୍ଟାଇନରେ ରହିବାକୁ ସଚେତନ କରାଇଉଛନ୍ତି । ଏହାଦ୍ୱାରା ଅନେକ ସଚେତନ ହୋଇ ସରକାରୀ ନିୟମ ପାଳନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଗଠନ ହୋଇଥିବା ସ୍ୱେଚ୍ଛାସେବୀ ଟିମ ର କର୍ମକର୍ତ୍ତାମାନେ ନିଜେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ସହିତ ବିଭିନ୍ନ ବଜାର ମାନଙ୍କରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଏବେ ବାଲିଚନ୍ଦ୍ରପୁର ଅଞ୍ଚଳରେ ଆଉ ପୂର୍ବପରି ଲୋକେ ବଜାରରେ ଏଣେ ତେଣେ ବୁଲୁନାହନ୍ତି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଜରୁରୀ ସାମଗ୍ରୀ ଆଣିବାକୁ ଆସୁଥିବା ଲୋକମାନଙ୍କୁହିଁ ବଜାରରେ ଦେଖିବାକୁ ମିଳୁଛି । ଥାନାଧିକାରୀ ସୁକାନ୍ତ ପାତ୍ରଙ୍କ ଏପରି ଅଭିନବ ପ୍ରୟାସ ବାଲିଚନ୍ଦ୍ରପୁର ଅଞ୍ଚଳରେ ବେଶ ପ୍ରଭାବୀ ହୋଇପାରିଛି ।

Leave A Reply