Odisha news

ଶଙ୍କରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଶଙ୍କରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର  ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଛି।ସି  ଆର ସି ସି  ପରେଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାରେ ପଞ୍ଚାନନ ପ୍ରଧାନ, ରାମକୃଷ୍ଣ ଜେନା,କେଶବ କୁମାର ପାତ୍ର, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ସଂଗୀତ ମାଧ୍ୟମରେ ଉପସ୍ଥିତ ଅତିଥି ବୃନ୍ଦ ଙ୍କୁ ସମ୍ମାନିତ କରିଥିଲେ। ଆଗାମୀ ଜୀବନ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭକାମନା ଜଣାଇ ଅତିଥି ବୃନ୍ଦ ସେମାନଙ୍କ ମୂଲ୍ୟବାନ ସୁଉପଦେଶ ଦେଇଥିଲେ।ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ଦୀର୍ଘ ବର୍ଷ ଧରି ସ୍କୁଲରେ ତାଙ୍କ ଶ୍ରମ ଏବଂ ନିଷ୍ଠା ପାଇଁ ତାଙ୍କୁ ମାନପତ୍ର ଏବଂ ଉପହାର ମାଧ୍ୟମରେ ସମ୍ମାନିତ କରାଯାଇଥିଲା ।ବିଦାୟକାଳିନ ସଭାରେ  ଶ୍ରୀ ପ୍ରଧାନ ନିଜର ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ କହିଥିଲେ, “ଜୀବନରେ ସ୍ଵପ୍ନ ସାକାର କରିବାକୁ ହୃଦୟର ଉତ୍ସାହ ବଜାୟ ରଖ” ବୋଲି କହିଥିଲେ । ସଭାକାର୍ଯ୍ୟ ପରେ ଗ୍ରାମବାସୀ ମାନେ  ଭାବ ବିହ୍ୱଳ ହୋଇ ଏକ ଶୋଭାଯାତ୍ରା କରି ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ତାଙ୍କ ବାସଭବନ ରେ ଛାଡି ଏକ ସ୍ମୃତିମୟ ପରିବେଶ ସୃଷ୍ଟି କରିଥିଲେ ।
Leave A Reply