ଯଦି ଆପଣ ଦ୍ରୁତ ବେଗରେ ଓଜନ ହ୍ରାସ କରିବାକୁ ଚାହୁଁନକ୍ସଚ୍ଛନ୍ତି ଏବଂ ଖୁବ ଶୀଘ୍ର ଏହାର ଫରକ ଦେଖିବାକୁ ଚାହୁଁଛନ୍ତି ତେବେ ଗବେଷକ କହୁଛନ୍ତି ଡିଟକ୍ସ ଡାଏଟ ଖୁବ ଉପଯୋଗୀ l ଏହା କେବଳ ଓଜନ ହ୍ରାସ କରିନଥାଏ ଏବଂ ଶରୀରରେ ବ୍ୟାଡ଼ ଟକ୍ସିନ କୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ l କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଏହି ଡିଟକ୍ସ ଡାଏଟ ମାତ୍ର ୭ଦିନ ପାଇଁ ଗ୍ରହଣ କରିବା ଜରୁରୀ ଅଟେ l
ଡିଟକ୍ସ ଡାଏଟ କଣ ?
ଡିଟକ୍ସ ଡାଏଟ ର ମୁଖ୍ୟ ଉଦେଶ୍ୟ ଶରୀର ରୁ ଖରାପ ଫ୍ୟାଟ୍ସ କୁ ବାହାର କରିଥାଏ ଏବଂ ମେଟାବୋଲିଯିମ ବୁଷ୍ଟ କରିଥାଏ l ଏହି ଡାଏଟ ପ୍ରାକୃତିକ ଫଳ, ପନିପରିବା ଓ ଜୁସ କୁ ନେଇ ଅଧାରୀଙ୍କ ଅଟେ l ଯାହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପୋଷଣ ମଧ୍ୟ ମିଳିଥାଏ l
ଗୋଟିଏ ସପ୍ତାହ ର ଡିଟକ୍ସ ଡାଏଟ ପ୍ଲାନ –
* ପ୍ରଥମ ଦିନ – ଫଳ ଓ ପାଣିରୁ ଆରମ୍ଭ କରନ୍ତୁ l
– ସକାଳ ଉଷୁମ ପାଣି ସହିତ ଲେମ୍ବୁ ରୁ ଆରମ୍ଭ କରନ୍ତୁ l
– ଜଳଖିଆ ରେ ପାଚିଲା ଅମୃତଭଣ୍ଡା ଓ ତରଭୁଜ
– ମଧ୍ୟାହ୍ନ ରେ କମଳା, ସେଓ ଓ କିଵି ରେ ପ୍ରସ୍ତୁତ ସାଲାଡ଼
– ସନ୍ଧ୍ୟାରେ ପଇଡ଼ ପାଣି
– ରାତ୍ରି ଭୋଜନ ରେ ସିଝା କନ୍ଦମୂଳ ଏବଂ ଗ୍ରୀନ ଟି
* ଦ୍ଵିତୀୟ ଦିନ – ବିଭିନ୍ନ ପ୍ରକାର ପାରିବା
– ସକାଳ ଉଷୁମ ପାଣି ଓ ଅଦା ରସାରୁ ଆରମ୍ଭ କରନ୍ତୁ l
– ଜଳଖିଆରେ – କାକୁଡି, ଟମାଟୋ ଓ ପାଳଙ୍ଗ ଜୁସ
– ମଧ୍ୟାହ୍ନ ଭୋଜନ – ଷ୍ଟିମ ହୋଇଥିବା ବିଭିନ୍ନ ପରିବା
– ସନ୍ଧ୍ୟା ରେ – ଗାଜର ଓ ବିଟ ରୁଟ ଜୁସ
– ଡିନର ରେ – ଭେଜିଟେବୁଲ ସୁପ
* ତୃତୀୟ ଦିନ – ଫଳ ଓ ପାନିପରିବା
– ସକାଳେ ଗ୍ରୀନ ଟି ‘
– ଜଳଖିଆ ରେ କଦଳୀ ଓ ଷ୍ଟ୍ରବେରୀ ସ୍ମୁଦି
– ଲଞ୍ଚ ରେ ମିକ୍ସ ଭେଜିଟେବୁଲ ସାଲାଡ଼
– ସନ୍ଧ୍ୟାରେ କମଳା ଜୁସ
– ଡିନର ରେ ବ୍ରଙ୍କୋଳୀ ଓ କନ୍ଦମୂଳ ସିଝା
* ଚତୁର୍ଥ ଦିନ – ଲୀକୁଇଡ଼ ଡାଏଟ
– ଜଳଖିଆ ରେ ସେଓ ରସ
– ଲଞ୍ଚ ରେ ଗାଜର ଓ ଟମାଟୋ ଜୁସ
– ସନ୍ଧ୍ୟାରେ ପଇଡ଼ ପାଣି
– ଡିନର ରେ ପାଳଙ୍ଗ ଜୁସ
* ପଞ୍ଚମ ଦିନ – ପ୍ରୋଟିନ ଓ ଫାଇବର
– ସକାଳୁ ହଳଦୀ ପାଣି ରୁ ଆରମ୍ଭ
– ଜଳଖିଆ ରେ ଗୋଟେ ଗିନା ଦହି
– ଲଞ୍ଚ ରେ ମିକ୍ସ ଭେଜିଟେବୁଲ ଡାଲି
– ସନ୍ଧ୍ୟାରେ ବୁଟ ଭଜା
– ରାତିରେ ସିଝା ମୁଗ ଡାଲି
– ପାଣି ଅଧିକ ପିଅନ୍ତୁ
– ଚିନି ଜାତୀୟ ଜିନିଷ ଖାଆନ୍ତୁ ନାହିଁ
– ଗ୍ରୀନ ଟି ଓ ହର୍ବାଲ ଟି ପିଅନ୍ତୁ
– ନିୟମିତ ଏକ୍ସରସାଇଜ କରନ୍ତୁ